ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ପଦାଧିକାରୀ; ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ

ବିଜୁ ମହିଳା ଜନତା ଦଳରେ ନୂଆ ନିଯୁକ୍ତି ଦିଆଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ପଦାଧିକାରୀ । ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ଏହି ନୂଆ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ୩ଜଣଙ୍କୁ ନିଯୁକ୍ତି । ୭ଜଣଙ୍କୁ ଜୋନ ସଭାପତି ଏବଂ ବରିଷ୍ଠ ଉପ-ସଭାପତି ଭାବେ ୯ଜଣଙ୍କୁ ମିଳିଛି ଦାୟିତ୍ୱ ।

BJD

ଦଳର ରାଜ୍ୟ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବେ ଡକ୍ଟର ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ, ନନ୍ଦିନୀ ଦେବୀଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି କାର୍ଯ୍ୟକାରୀ ସଭାପତି ଭାବେ ସୁଭାଶିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦକ ଭାବେ କସ୍ତୁରୀ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ଜୟଶ୍ରୀ ଦାସ. ସୋସିଆଲ୍ ମିଡିଆ କୋ-ଅର୍ଡିନେଟର ଭାବେ ମାନସୀ ସୁନ୍ଦରାୟଙ୍କୁ ନିଯୁକ୍ତ କରାଯାଇଛି ।

BJD

ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗିର ଆଦି ୫ଟି ଜୋନରେ ସଭାପତି ସହ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି । ଗଞ୍ଜାମ ଓ କୋରାପୁଟ ଜୋନରେ ସଭାପତି ନିଯୁକ୍ତ କରାଯାଇଛି । ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଉପସଭାପତି ଭାବେ ୨୭ ଜଣ, ସାଧାରଣ ସମ୍ପାଦକ ଭାବେ ୩୫ ଜଣ, ସମ୍ପାଦକ ଭାବେ ୩୬ ଜଣ, ଯୁଗ୍ମ ସମ୍ପାଦକ ଭାବେ ୨୮ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ୩୩ଟି ସାଙ୍ଗଠନିକ ଜିଲ୍ଲାରେ ୩୩ ଜଣଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି । ବିଜୁ ମହିଳା ଜନତା ଦଳର ଏକଜୁକ୍ୟୁଟିଭ୍ ବଡି ମେମ୍ବର ଭାବେ ୬୯ ଜଣଙ୍କୁ ନିଯୁକ୍ତ କରାଯାଇଛି । ଏହି ନୂଆ ନିଯୁକ୍ତି ତତ୍କାଳ କାର୍ଯ୍ୟକାରୀ ହେବ ।

ମହିଳା ବିଜେଡି ଉପଦେଷ୍ଟା ହେବା ପରେ ବିଧାୟିକା ଲତିକା ପ୍ରଧାନଙ୍କ ପ୍ରତିକ୍ରିୟା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ। ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁଠି ମହିଳାଙ୍କୁ ସଶକ୍ତିକରଣ କରିବାକୁ ପ୍ରତ୍ୟେକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଦୀର୍ଘ ଦିନର ପରିଶ୍ରମରେ ସେମାନେ ସକ୍ଷମ ଓ ସ୍ୱାବଲମ୍ବୀ ହୋଇଛନ୍ତି। ମୁଁ ଚେଷ୍ଟା କରିବି ମହିଳା ସଙ୍ଗଠନ ମଜବୁତ କରିବାକୁ। ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁ ବିଧାନସଭାରେ ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ 33 ପ୍ରତିଶତ ସଂରକ୍ଷଣ ପାରିତ ହୋଇଛି। ହେଲେ କେନ୍ଦ୍ର ସରକାର କିଛି କଲେନି। ସେଥିରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ 33 ପ୍ରତିଶତ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+