ବିଜେପିର ବିଭିନ୍ନ ମୋର୍ଚ୍ଚାର ନୂଆ ରାଷ୍ଟ୍ରୀୟ ପ୍ରଭାରୀ ନିଯୁକ୍ତ
ବିଜେପିର ବିଭିନ୍ନ ମୋର୍ଚ୍ଚାର ନୂଆ ରାଷ୍ଟ୍ରୀୟ ପ୍ରଭାରୀ ନିଯୁକ୍ତ ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ସୁନୀଲ ବଂଶଲ ଯୁବ ମୋର୍ଚ୍ଚାର ନୂଆ ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ବୈଜୟନ୍ତ ପଣ୍ଡା ମହିଳା ମୋର୍ଚ୍ଚାର ନୂଆ ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି ।
କିଷାନ ମୋର୍ଚ୍ଚାର ପ୍ରଭାରୀ ଭାବରେ ବନ୍ଦୀ ସଂଜୟ କୁମାର ବନ୍ଦୀ ସଂଜୟ କୁମାର ନିଯୁକ୍ତ ହୋଇଛନ୍ତି । ଏସ୍ସି ମୋର୍ଚ୍ଚାର ପ୍ରଭାରି ଭାବରେ ତରୁଣ ଚୁଘ ନିଯୁକ୍ତ ହୋଇଛନ୍ତି । ରାଧାମୋହନ ଦାସ ଅଗ୍ରୱାଲ ଏସ୍ଟି ମୋର୍ଚ୍ଚାର ପ୍ରଭାରି ଭାବରେ ନିଯୁକ୍ତ ହୋଇଛନ୍ତି ।
ବିଜେପିର ବିଭିନ୍ନ ମୋର୍ଚ୍ଚାର ନୂଆ ରାଷ୍ଟ୍ରୀୟ ପ୍ରଭାରୀ ନିଯୁକ୍ତ#Oneindiaodia #BJP #Odisha pic.twitter.com/wIKtSvzDBe
— Oneindiaodia News (@Oneindia_odia) January 3, 2024
ବିନୋଦ ତାୱଡେ ଓବିସି ମୋର୍ଚ୍ଚାର ପ୍ରଭାରି ଭାବରେ ନିଯୁକ୍ତ ହୋଇଛନ୍ତି । ଦୁଷ୍ୟନ୍ତ କୁମାର ଗୌତମ ଅଳ୍ପସଂଖ୍ୟକ ମୋର୍ଚ୍ଚାର ନୂଆ ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି ।

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଏବେ ପୁରା ଦମରେ ପ୍ରସ୍ତୁତ ହେଉଛି । ଖୁବ୍ ଶୀଘ୍ର ନଡ୍ଡା ବା ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଓଡ଼ିଶାକୁ ଆସିପାରନ୍ତି ।












Click it and Unblock the Notifications