ବିଜେଡିରେ ଦଳଡିଆଁଙ୍କୁ ନୂଆ ନିଯୁକ୍ତି: ପ୍ରଦୀପ ମାଝୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ଅରିନ୍ଦମଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ
ବିଭିନ୍ନ ସାଂଗଠନିକ ପଦ ପାଇଁ ଦଳଡ଼ିଆଁ ନେତାମାନଙ୍କୁ ବିଜେଡି ନିଜ ଦଳରେ ନୂଆ ନିଯୁକ୍ତି ଦେଇଛି । ୩ଜଣଙ୍କୁ ସାଧାରଣ ସମ୍ପାଦକ, ୪ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି ।
ଭୁବନେଶ୍ୱର: ବିଭିନ୍ନ ସାଂଗଠନିକ ପଦ ପାଇଁ ଦଳଡ଼ିଆଁ ନେତାମାନଙ୍କୁ ବିଜେଡି ନିଜ ଦଳରେ ନୂଆ ନିଯୁକ୍ତି ଦେଇଛି । ୩ଜଣଙ୍କୁ ସାଧାରଣ ସମ୍ପାଦକ, ୪ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି ।

ଏହାସହିତ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ସଂଖ୍ୟା ୧୮କୁ , ସାଧାରଣ ସମ୍ପାଦକ ସଂଖ୍ୟା ୪୦କୁ ଓ ସମ୍ପାଦକ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ମହେଶ ସାହୁ (ଢେଙ୍କାନାଳ), ପ୍ରଦୀପ ମାଝୀ (ନବରଙ୍ଗପୁର) ପ୍ରଫୁଲ୍ଲ ମାଝୀ (ସୁନ୍ଦରଗଡ଼)ଙ୍କୁ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।
ସେହିଭଳି ସାଧାରଣ ସମ୍ପାଦକ ଭାବେ ଅରିନ୍ଦମ ରୟ(କଟକ) , ଧନୁର୍ଜୟ ସିଦ୍ଧୁ (କେନ୍ଦୁଝର), ଚନ୍ଦ୍ର ଶେଖର ମାଝି (କୋରାପୁଟ) ଓ କୌଳାଶ ଚନ୍ଦ୍ର କୁଳେଶିକାଙ୍କୁ (କୋରାପୁଟ) ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ସେହିଭଳି ଭାବେ ସମ୍ପାଦକ ଭାବେ ବିଶ୍ୱରଞ୍ଜନ ମଲ୍ଲିକ (ଯାଜପୁର), ରମେଶ ଚନ୍ଦ୍ର ପରିଡ଼ା, (ଯାଜପୁର), ପ୍ରଦୀପ ସାହୁ ଖୋର୍ଦ୍ଧା, ଦିଲ୍ଲୀପ କୁମାର ସାହୁ ମୟୂରଭଞ୍ଜ, ମହେଶ ହେମ୍ୱ୍ରମ୍ ମୟୂରଭଞ୍ଜ, ପ୍ରିୟବ୍ରତ ସାମନ୍ତରାୟ ପୁରୀଙ୍କୁ ନିଯୁକ୍ତି ଦିଆଯାଇଛି ।












Click it and Unblock the Notifications