ଆଜି ଏନଡିଏର ବଡ ବୈଠକ; ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିବ ଏନଡିଏର ବୈଠକ । ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ହେବ ମାନସ ମନ୍ଥନ । ଏନଡିଏକୁ ଶକ୍ତିଶାଳୀରୁ ଆହୁରି ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଅନୁଷ୍ଠିତ ହେଉଛି ବୈଠକ ।
NDA ରେ ଅନେକ ପୁରୁଣା ସହଯୋଗୀ ଫେରିଛନ୍ତି । ଯେଉଁଥିରେ ଓମ୍ ପ୍ରକାଶ ରାଜଭରଙ୍କ ସୁଭାସପା ଓ ଜିତନ ରାମ ମାନଝୀଙ୍କର ହମ୍ ସାମିଲ ଅଛନ୍ତି । ଅମିତ ଶାହଙ୍କ ସହ ସାକ୍ଷାତ ପରେ ଓମ୍ ପ୍ରକାଶ ରାଜଭର ପୁଣି ଥରେ ଏନଡିଏକୁ ଲେଉଟିଛନ୍ତି ।
ପୂର୍ବାଞ୍ଚଳରେ ୧୬ଟି ଲୋକସଭା ଆସନ ଉପରେ ସିଧା ପ୍ରଭାବ ରହିଛି । ୨୦୨୨ରେ ସୁଭାସପା, ୧୦୦ଟି ଆସନରେ ବିଜେପିର ଗଣିତ ଗଡ଼ବଡ଼ କରିଦେଇଥିଲା । ୨୦୨୪ ରେ ବିଜେପି ମିଶନ ୮୦ ନେଇ ଆଗକୁ ବଢ଼ୁଥିବାରୁ ପ୍ରତିଟି ଆସନ ଗୁରୁତ୍ୱପୂର୍ଣ୍ଣ ।

ବୈଠକରେ ଦୀର୍ଘ ଦିନ ଧରି ଏନଡିଏ ଠାରୁ ଅଲଗା ରହି ଆସୁଥିବା ଅକାଳୀ ଦଳ ପକ୍ଷରୁ ସୁଖବୀର ସିଂ ବାଦଲ ଓ ଚିରାଗ ପାସୱାନଙ୍କ ଦଳ ସାମିଲ ହେବେ । ବୈଠକରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ମଧ୍ୟ ଯୋଗ ଦେଇପାରେ ।
ସେପଟେ ଗତକାଲି ଏବଂ ଆଜି ହେଉଥିବା ବିରୋଧି ମେଳିରେ ୨୪ଟି ଦଳ ସାମିଲ ହେଉଥିବାବେଳେ ଲୋକସଭାରେ ସେମାନଙ୍କର ସଂଖ୍ୟା ରହିଛି ୧୩୧ । ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ଥିବାବେଳେ ସିନ୍ଦେ ସେନା ଓ ଏନସିପିର ଅଜିତ ଗ୍ରୁପ ଏବେ ବିଜେପି ସାଙ୍ଗରେ ଛିଡ଼ା ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସାମିଲ ହେଉଛନ୍ତି । ଏନିଡିଏ ମିଟିଂ ପୂର୍ବରୁ ଏବଂ ବିଜେପିର ବିହାର ଦଖଲ ପ୍ଲାନକୁ ଏହା ସମ୍ପୂର୍ଣ୍ଣ ବଳ ଦେବ ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications