ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ, ଆବାସ ପ୍ଲସ୍ ଆପ୍ କାର୍ଯ୍ୟକ୍ଷମ କରିବାକୁ କଲେ ଅନୁରୋଧ
ପ୍ରଧାନମନ୍ତ୍ରୀ ଆବସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୮ ଲକ୍ଷ ୧୭ ହଜାର ଆବାସ ନିର୍ମାଣ ପାଇଁ କେନ୍ଦ୍ର ଅନୁମତି ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୮ ଲକ୍ଷ ୧୭ ହଜାର ଆବାସ ନିର୍ମାଣ ପାଇଁ କେନ୍ଦ୍ର ଅନୁମତି ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ସାରା ରାଜ୍ୟ ପାଇଁ ଆବାସ ପ୍ଲସ୍ ମୋବାଇଲ ଆପ୍ କାର୍ଯ୍ୟକ୍ଷମ କରାଯାଉ । ୧ ମାସ ପାଇଁ ଆବାସ ପ୍ଲସ୍ ଆପ୍ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆବାସ ପ୍ଲସ୍କୁ ସ୍ଥାନାନ୍ତର କରାଯାଉ । କେନ୍ଦ୍ର ସରକାର କେବଳ ୧୪ ଫନି ପ୍ରଭାବିତ ଜିଲ୍ଲା ପାଇଁ ଆପ୍ କାର୍ଯ୍ୟକ୍ଷମ କରିଛନ୍ତି ।
ତେବେ ବାକି ୧୬ଟି ଜିଲ୍ଲାକୁ ମଧ୍ୟ ଆବାସ ପ୍ଲସ ଆପରେ ସଂଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଜିଲ୍ଲାଗୁଡିକରେ କେବିକେ ସମେତ ଏକାଧିକ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ଥିବାରୁ ଏହାକୁ ଆବାସ ପ୍ଲସ ଆପରେ ସଂଯୋଗ କରିବାକୁ ଅନୁରୋଧ କରିଛନ୍ତି ନବୀନ । ଫଳରେ ରାଜ୍ୟରେ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ବାସଗୃହ ସୁନିଶ୍ଚିତ କରିହେବ ।

ସେପଟେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଇଥିବା ବେଳେ ନିମ୍ନମାନର କାମ କରାଯାଇଛି । ଏହାର ପ୍ରତିବାଦରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ।












Click it and Unblock the Notifications