Get Updates
Get notified of breaking news, exclusive insights, and must-see stories!

ଆଜି ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ରୁଦ୍ରଙ୍କ ପାଇଁ ମାଗିବେ ଭୋଟ୍

ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଭର୍ଚୁଆଲ ରାଲି କରି ପ୍ରଚାର କରିବେ ନବୀନ। ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ ।

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଭର୍ଚୁଆଲ ରାଲି କରି ପ୍ରଚାର କରିବେ ନବୀନ। ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ ।

Naveen Patnaik

ପିପିଲି ବ୍ଲକ ଓ ଏନଏସିରେ ବିଜେଡି ମୁଖିଆ ପ୍ରଚାର କରିବେ । ଭର୍ଚୁଆଲ ରାଲି କରି ୬ ଜିଲ୍ଲା ପରିଷଦ ଜୋନ ଓ ଏନଏସିରେ ଡିଜିଟାଲ କ୍ୟାମ୍ପେନିଙ୍ଗ ପାଇଁ ବ୍ୟବସ୍ଥା ହୋଇଛି । ଡ଼େଲାଙ୍ଗର ରେଂଚ, ବଡ଼ ଆଙ୍କୁଲା ଓ ସିଙ୍ଗ ବ୍ରହ୍ମପୁରରେ ଭର୍ଚୁଆଲ ରାଲି କରି ପ୍ରଚାର କରିବେ ନବୀନ । ପିପିଲିର ୨୫ ପଂଚାୟତ, ଡେଲାଙ୍ଗର ୨୧ ପଂଚାୟତ ଓ ପିପିଲି ଏନଏସିର ୧୬ଟି ୱାର୍ଡକୁ ମିଶାଇ ଏହି ଭର୍ଚୁଆଲ ସଭା ୬ଟି ସ୍ଥାନରେ ହେବ ।

ସେପଟେ ଆଜି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରି ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରି ଅପରାଜିତା ଷଡଙ୍ଗୀ । ସେହିପରି ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+