Get Updates
Get notified of breaking news, exclusive insights, and must-see stories!

ବିଧାନସଭାରୁ ନବୀନ ନିବାସ, ଭାୟା ଲୋକସେବା ଭବନ: ରାଜଧାନୀ ରାଜରାସ୍ତାରେ ରାଜନୀତିର ହାଇଡ୍ରାମା

ବିଧାନସଭାର ରାଜନୈତିକ ତାତି ଆଜି ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଛି । ତାହା ପୁଣି ବିଧାନସଭାରୁ ନବୀନ ନିବାସ, ଭାୟା ଲୋକସେବା ଭବନ ।

ଭୁବନେଶ୍ବର: ଚାଲିଛି ବିଧାନସଭା ବଜେଟ ଅଧିବେସନର 2ୟ ପର୍ଯ୍ୟାୟ । ଶାସକ-ବିରୋଧିଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଆଜିକୁ ଦୀର୍ଘ 6 ଦିନ ହେବ ଗୃହରେ ଅଚଳାବସ୍ଥା ଜାରି ରହିଛି । ତେବେ ବିଧାନସଭାର ଏହି ରାଜନୈତିକ ତାତି ଆଜି ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଛି । ତାହା ପୁଣି ବିଧାନସଭାରୁ ନବୀନ ନିବାସ, ଭାୟା ଲୋକସେବା ଭବନ ହୋଇ ।

ବିଧାନସଭାରୁ ନବୀନ ନିବାସ

ଆଜି ଓଡିଶା ରାଜନୀତିରେ ହାଇ ପଲିଟିକାଲ ଡ୍ରାମା ଦେଖିବାକୁ ମିଳିଛି । ବିଧାନସଭା ଅଚଳାବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ବିଜେଡି-ବିଜେପି ବିଧାୟକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ବିଧାନସଭାରୁ ରାଲିରେ ଉଭୟ ଦଳର ବିଧାୟକମାନେ ବାହାରି ପ୍ରଥମେ ଲୋକସଭା ଭବନ ଓ ପରେ ନବୀନ ନିବାସ ଯାଇଥିଲେ ।

ସେପଟେ ପୂର୍ବରୁ ବିଜେପି ଟିମକୁ ସ୍ୱାଗତ କରିବାକୁ ବିଜେଡି ବିଧାୟକ ମାନେ ନବୀନ ନିବାସରେ ପହଞ୍ଚିଯାଇଥିଲେ । ବିଜେଡିର ବରିଷ୍ଠ ବିଧାୟକ ଓ ଦଳର ମହିଳା ୱିଙ୍ଗ ଶଙ୍ଖ ଏବଂ ଫୁଲ ଧରି ବିଜେପି ବିଧାୟକଙ୍କୁ ସ୍ୱାଗତ କରିବାକୁ ନବୀନ ନିବାସ ସାମ୍ନାରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା ।

ବିଧାନସଭାରୁ ନବୀନ ନିବାସ

ତେବେ ନବୀନ ନିବାସକୁ ଯାତ୍ରା କରିବା ସହ ବିଜେପି କହିଥିଲା, ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମକୁ ନବୀନ ବାବୁ ଯାଉଛନ୍ତି । କିନ୍ତୁ ବିଧାନସଭାକୁ କାହିଁକି ମୁଖ୍ୟମନ୍ତ୍ରୀ ଆସୁନାହାନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ଦାବି କରିଛି ବିଜେପି । ନବୀନଙ୍କୁ ଆମେ ଖୋଜି ଖୋଜି ଯାଉଛୁ ବୋଲି କହିଥିଲେ ବିଜେପି ବିଧାୟକ ।

ସେପଟେ ନବୀନ ନିବାସ ସମ୍ମୁଖରେ କିଛି ସମୟ ହୋହାଲ୍ଲା ଚାଲିବା ପରେ ଆରମ୍ଭ ହୋଇଥିବା ହାଇଡ୍ରାମର ନୂଆ ଅଧ୍ୟାୟ । ବିରୋଧୀ ଗର୍ଜନ ଶୁଣି ଶେଷରେ ନବୀନ ନିବାସ ବାହାରକୁ ଆସିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ରାଜନୀତିରେ ଏକ ବିରଳ ଦୃଶ୍ୟ ଦେଖିବାକୁ ପାଇଥିଲେ ଓଡିଶାବାସୀ । ନବୀନ ନିବାସ ବାହାରକୁ ଆସି ଧାରଣାରେ ବସିଥିବା ବିରୋଧୀ ବିଜେପି ବିଧାୟକଙ୍କୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଧାନସଭାରୁ ନବୀନ ନିବାସ

ତେବେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ଶେଷରେ ଆଲୋଚନା ପାଇଁ ଭିତରକୁ ଯାଇଥିଲେ ବିଜେପି ବିଧାୟକ । ଆଉ ଏହାସହ ଉଭୟ ଶାସକ-ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଆଲୋଚନା । ଏହି ଆଲୋଚନାରେ ବାଚସ୍ପତିଙ୍କ ସହମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବା ସହ ଗୃହକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ମଣ୍ଡିରୁ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଥିବା ନେଇ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ସେପଟେ ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ପ୍ରଥମ ଘଟଣା। ଏପରି ପୂର୍ବରୁ ହୋଇନଥିଲା, ଏହି ଘଟଣା ଇତିହାସରେ ପ୍ରଥମ ବୋଲି କହିଛନ୍ତି ବିଷ୍ଣୁ ସେଠୀ । ଏକ ସର୍ବଦଳୀୟ ବୈଠକ ବସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଖୁବ୍ ଶୀଘ୍ର ବୈଠକରେ କିଛି ଫଳ ମିଳିବ ବୋଲି ଆଶା କରାଯାଉଛି। ମଣ୍ଡିରୁ ସବୁ ଧାନ ଉଠିବା କଥାରେ ମୁଖ୍ୟମନ୍ତ୍ରୀ ହଁ ଭରିଥିବା ମଧ୍ୟ କହିଛନ୍ତି ବିରୋଧୀ ଦଳ ଉପନେତା ।

ସେହିପରି ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଏ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେଇଛନ୍ତି। ଧାନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଡାକିବେ । ବାଚସ୍ପତିଙ୍କ ସହ କଥା ହୋଇ ସର୍ବଦଳୀୟ ବୈଠକ ଡକାଯିବେ ଏବଂ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+