Get Updates
Get notified of breaking news, exclusive insights, and must-see stories!

ପୋପଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟଚିତ୍ର ଉପହାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଗସ୍ତରେ ରହିଛନ୍ତି। ସେ ଭାଟିକାନ ସିଟିରେ ପୋପଙ୍କୁ ଭେଟି ଓଡିଶାର ପଟ୍ଟଚିତ୍ର ଉପହାର ଦେଇଛନ୍ତି ।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଗସ୍ତରେ ରହିଛନ୍ତି। ସେ ଭାଟିକାନ ସିଟିରେ ପୋପଙ୍କୁ ଭେଟି ଓଡିଶାର ପଟ୍ଟଚିତ୍ର ଉପହାର ଦେଇଛନ୍ତି । ପଟ୍ଟଚିତ୍ରର ବାର୍ତ୍ତା ରହିଛି- ଏକା ନୁହେଁ ଆମେ ଏକାଠି। ପବିତ୍ର ବୃକ୍ଷ ସହ ରହିଛି ଜୀବନ ବୃକ୍ଷର ସାମଞ୍ଜସ୍ୟ । ସମସ୍ତଙ୍କ ସହ ସମସ୍ତଙ୍କ ସମ୍ପର୍କ ରହିଛି ଏହାର ପ୍ରତୀକ। ଏହା ମଧ୍ୟ ସହାବସ୍ଥାନର ପ୍ରତୀକ ଏବଂ ଆମେ କେବେ ବି ଏକୁଟିଆ ନୁହଁ- ଏହି ଅବବୋଧର ପରିଚାୟକ ।

Naveen meets Pope

'ପଟ୍ଟଚିତ୍ର' ଉତ୍କଳୀୟ କଳାର ଏହା ଏକ ଶ୍ରେଷ୍ଠ ପ୍ରତିଫଳନ । ବିଭିନ୍ନ ପୌରାଣିକ କଥାବସ୍ତୁକୁ ଆଧାର କରି ପଟ୍ଟଚିତ୍ର ତିଆରି କରାଯାଇଥାଏ। ପଟ୍ଟଚିତ୍ରର ଗାଁ ରଘୁରାଜପୁରରର ଅପିନ୍ଦ୍ର ସ୍ବାଇଁଙ୍କ ପରିବାର ପିଢିପିଢି ଧରି ପଟ୍ଟଚିତ୍ର ପ୍ରସ୍ତୁତ କରିଆସୁଛନ୍ତି । ନୂଆ ନୂଆ ମାର୍ଗରେ ପଟ୍ଟଚିତ୍ରର ପରମ୍ପରା ବଜାୟ ରଖିବାକୁ ସ୍ୱପ୍ନ ରଖିଛନ୍ତି ଅପିନ୍ଦ୍ର ।

ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିଛନ୍ତି ନବୀନ ପଟ୍ଟନାୟକ । ପୋପଙ୍କୁ ନବୀନ ସାକ୍ଷାତ ସମୟର ଫଟୋରେ ପୋପଙ୍କୁ ନମସ୍କାର କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ପୋପ ବି ପ୍ରତି ନମସ୍କାର କରୁଛନ୍ତି । ଭାଟିକାନ ସିଟିରେ ପୋପ୍ ଓ ମୁଖ୍ୟମନ୍ତ୍ରୀ କିଛି ସମୟ କଥାବାର୍ତ୍ତା ହେଉଥିବା ଦେଖାଯାଇଛି । ନବୀନଙ୍କ ଉପହାର ପରେ ପୋପ ମଧ୍ୟ ନବୀନଙ୍କୁ ଉପହାର ଦେଇଛନ୍ତି । ସାଥିରେ ଥିବା ଟିମଙ୍କୁ ମଧ୍ୟ ଉପହାର ଦେଇଛନ୍ତି ପୋପ୍ ।

ତେବେ ଭାଟିକାନ ସିଟିରେ ପୋପଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ଆଉ ଏଥିରେ ସେ ଲେଖିଛନ୍ତି, ପୋପଙ୍କ ସହ ଆଲୋଚନା କରି ସେ ବେଶ ଖୁସି ଅନୁଭବ କରୁଛନ୍ତି । ସାକ୍ଷାତ କରିଥିବାରୁ ଧନ୍ୟବାଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+