ମୌସୁମୀ ଅଧିବେଶନ:ବିରୋଧିଙ୍କୁ ମୋଦିଙ୍କ କଟାକ୍ଷ, ଇଷ୍ଟ ଇଣ୍ତିଆ କମ୍ପାନୀ ଏବଂ ମୁଜାହିଦ୍ଦିନ ପରି 'I.N.D.I.A'
Monsoon Session News in Odia:ଆଜି ସଂସଦରେ ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବିରୋଧିଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀଙ୍କ ମିଳିତ ମଞ୍ଚ 'I.N.D.I.A'କୁ ଇଷ୍ଟ ଇଣ୍ତିଆ କମ୍ପାନୀ ଏବଂ ଇଣ୍ତିଆନ୍ ମୁଜାହିଦ୍ଦିନ ସହ ତୁଳନା କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କେବଳ 'I.N.D.I.A' ନାମ ରଖି ଦେଲେ କିଛି ହେବ ନାହିଁ କାରଣ ଇଷ୍ଟ ଇଣ୍ତିଆ କମ୍ପାନୀ ଏବଂ ଇଣ୍ତିଆନ୍ ମୁଜାହିଦ୍ଦିନ ପରି କମ୍ପାନୀ ମଧ୍ୟ ଇଣ୍ତିଆ ନା'ର ବ୍ୟବହାର କରିଥିଲା ବୋଲି କହି ବିରୋଧିଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଆଜି ପ୍ରଧାନମନ୍ତ୍ରୀ ମୋଦି ମଣିପୁର ପ୍ରସଙ୍ଗକୁ ନେଇ ବିରୋଧି କରୁଥିବା ହଙ୍ଗାମା ଉପରେ ନିଜ ବିବୃତ୍ତି ରଖିଛନ୍ତି । ମୋଦି କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ଏପରି ଦିଗହୀନ ବିରୋଧୀ'ଦେଖି ନାହିଁ । ବିରୋଧିକଙ୍କ ଗତିବିଧି ଏବଂ ତାଙ୍କ ମନୋଭାବକୁ ଦେଖି ଲାଗୁଛି ଯେପରି ସେ କେବେ କ୍ଷମତାକୁ ଫେରିବା ପାଇଁ ଚାହୁଁ ନାହାନ୍ତି ।
ସେହିପରି ବିଜେପି ସଂସଦୀୟ ଦଳର ବୈଠକରେ ମୋଦି କହିଛନ୍ତି, ବିରୋଧୀଙ୍କୁ କାମ ହେଉଛି ବିରୋଧ କରିବା, ତାଙ୍କୁ ବିରୋଧ କରିବା ପାଇଁ ଦିଅ ଆପଣମାନେ ନିଜ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତୁ । ୨୦୨୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଲକ୍ଷ୍ୟରେ କାମ କରାଯିବା ଉଚିତ । ସୂଚନାଥାଉ ଯେ, ଜୁଲାଇ ୨୦ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଗତ ୪ ଦିନ ହେଲା ଲଗାତାର ମଣିପୁର ହିଂସାକୁ ନେଇ ବିରୋଧି ମୋଦିଙ୍କ ବିବୃତ୍ତି ତାବି କରି ଗୃହରେ ହୋହଲ୍ଲା କରିଆସୁଥିଲେ ।












Click it and Unblock the Notifications