ଆସନ୍ତା ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରରେ ସରକାର ଗଢିବ ବିଜେପି: ନାରାୟଣ ରାଣେ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାରକୁ ହଟାଇବା ପାଇଁ ବିଜେପି ବାରମ୍ବାର ଚେଷ୍ଟା କରୁଛି ବୋଲି ରାଜ୍ୟରେ କ୍ଷମତାରେ ଥିବା ମହା ବିକାଶ ଅଘାଡି ଅନେକ ଥର ଅଭିଯୋଗ କରିଛି। ଏହି ବାଦବିବାଦ ମଧ୍ୟରେ ଏକ ବଡ ଧରଣର ଖୁଲାସା କରିଛନ୍ତି ନାରାୟଣ ରାଣେ। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ତଥା ମହାରାଷ୍ଟ୍ର ବିଜେପି ନେତା ନାରାୟଣ ରାଣେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ପଡ଼ିବ ବୋଲି ସେ ଦାବି କରିଛନ୍ତି।

Narayan Rane

ରାଣେ କହିଛନ୍ତି ଯେ, ଏହା ପରେ ବିଜେପି ରାଜ୍ୟରେ ସରକାର ଗଠନ କରିବ। ଜୟପୁରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି ଯେ ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ପତନ ହେବ। ରାଜ୍ୟରେ ବିଜେପି ସରକାର ଗଠନ ହେବ। ସେ କହିଛନ୍ତି ଯେ ଯଦି ବିଜେପି ସରକାର ଆସେ ତେବେ ଆପଣ ଆଶା କରୁଥିବା ପରିବର୍ତ୍ତନ ଦେଖିବେ। ରାଣେ କହିଛନ୍ତି ଯେ ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ମାର୍ଚ୍ଚ ସୁଦ୍ଧା ସରକାର ଗଠନ ବିଷୟରେ କହିଛନ୍ତି, ଆମର ଉଦ୍ୟମ ହେଉଛି ତାଙ୍କ କଥା ପୂରଣ କରିବା।

BJP Maharashtra Fadnavis

ନାରାୟଣ ରାଣେ ଆହୁରି କହିଛନ୍ତି ଯେ, ମୁଁ ଭିତରର କଥା କହିବାକୁ ଚାହେଁ ନାହିଁ। ସରକାରକୁ ହଟାଇବା ଏବଂ ଏକ ନୂତନ ସରକାର ଗଠନ ପାଇଁ କିଛି କଥାକୁ ଗୁପ୍ତ ରଖିବାକୁ ପଡିବ। ଯଦି ଆମେ ସବୁକିଛି ଏବେଠାରୁ ପ୍ରକାଶ କରିଦେବୁ ତେବେ ସରକାର ଗଠନ ପାଇଁ ଏକ ମାସ କିମ୍ବା ଅଧିକ ସମୟ ଲାଗିପାରେ ବୋଲି କହିଛନ୍ତି ରାଣେ। ଉଦ୍ଧବ ଠାକରେଙ୍କ ବିଷୟରେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ, ତେଣୁ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହେଁ ନାହିଁ, କିନ୍ତୁ ମହାରାଷ୍ଟ୍ରରେ ଦଳ ସହ ମହା ବିକାଶ ଆଗାଡି ସରକାର ଅଧିକ ଦିନ ରହିବେ ନାହିଁ। ସୂଚନା ଯୋଗ୍ୟଯେ, ଉଦ୍ଧବ ଠାକରେ ନିକଟରେ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି। ଏଥିମଧ୍ୟରେ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏହି ସଭାରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଉଭୟ ନେତା ବିଜେପି ମୁଖ୍ୟାଳୟରେ ସଂଗଠନ ମନ୍ତ୍ରୀ ବି.ଏଲ୍ ସାଣ୍ଟୋଶଙ୍କୁ ଭେଟିଛନ୍ତି।

ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ଥିବା ବେଳେ, ମହାରାଷ୍ଟ୍ରରେ ସରକାର ଗଠନ କରିବାରେ ସକ୍ଷମ ହେଲେ ବିଜେପିକୁ ଏହା ଅନ୍ୟରାଜ୍ୟର ଭୋଟରଙ୍କୁ ପ୍ରଭାବିତ କରିବାରେ ସହାୟକ ହେବ ବୋଲି ଦଳ ବିଚାର କରୁଛି। ତେବେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ବିଜେପିର ଏକ ରାଜନୈତିକ ଚାଲ ହୋଇପାରେ ବୋଲି ଆଲୋଚୋନା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+