Get Updates
Get notified of breaking news, exclusive insights, and must-see stories!

ଇତିହାସ ରଚିଲା ନାଗାଲାଣ୍ତ, ରାଜ୍ୟକୁ ମିଳିଲା ପ୍ରଥମ ମହିଳା ବିଧାୟକ

ପ୍ରଥମ ଥର ବିଧାନସଭା ନିର୍ବାଚନରେ ୨ ମହିଳା ପାର୍ଥୀ ହେଲେ ବିଜୟୀ, ଇତିହାସ ରଚିଲା ନାଗାଲାଣ୍ । ଏଠାରେ ଫେବୃଆରୀ ୧୬ ଏବଂ ଫେବୃଆରୀ ୨୭ରେ ମତଦାନ ଅନୁଷ୍ଠିତ ହୋଇଥିଲା ।

Nagaland Results 2023

Nagaland Results 2023: ଭାରତରେ, ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନର ଫଳାଫଳ ଆସୁଛି । ଏଠାରେ ଫେବୃଆରୀ ୧୬ ଏବଂ ଫେବୃଆରୀ ୨୭ରେ ମତଦାନ ଅନୁଷ୍ଠିତ ହୋଇଥିଲା । ନାଗାଲାଣ୍ଡରେ ୬୦ଟି ବିଧାନସଭା ଆସନ ଅଛି, ସେଥିମଧ୍ୟରୁ ୫୯ଟି ବିଧାନସଭା ଆସନରେ ମତଦାନ ହୋଇଥିଲା ।

ତେବେ ଏତେ ସଂଖ୍ୟକ ଆସନ ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ମହିଳା ପ୍ରାର୍ଥୀ ନିର୍ବାଚନରେ ​​ଜିତିପାରିନଥିଲେ। ଚଳିତ ଥର ୪ ଜଣ ମହିଳା ପ୍ରାର୍ଥୀ ଛିଡା ହୋଇଛନ୍ତି । ନାଗାଲାଣ୍ଡର ଦିମାପୁର -୩ ବିଧାନସଭା ଆସନ ହେଉଛି ଚାରିଟି ବିଧାନସଭା ଆସନ ମଧ୍ୟରୁ ଗୋଟିଏ ଯେଉଁଠାରେ ଜଣେ ମହିଳା ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ନିର୍ବାଚନ ଆୟୋଗର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ହେକାନି ଜାଖାଲୁ ଏଜେଟୋ ଜିମୋମିଙ୍କୁ ପରାସ୍ତ କରି ନାଗାଲାଣ୍ଡରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଦିମାପୁର-୩ ନିର୍ବାଚନ ମଣ୍ତଳୀରୁ ବିଜୟୀ ହୋଇଛନ୍ତି ।

2018 ରେ ହେକାନି ଜାଖାଲଙ୍କୁ ନାରୀ ଶକ୍ତି ପୁରସ୍କରର ପୁରସ୍କୃତ କରାଯାଇଥିଲା । ସେ ଟୋଲୁଭି ଗାଁର ବାସିନ୍ଦା । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ହାସଲ କରିଥିଲେ ଏବଂ ସେଠାରେ ସେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ଏଠାରେ ଡିପିପି ପ୍ରାର୍ଥୀ ହେକାନି ଜାଖଲଙ୍କୁ ମେଣ୍ଟର ସମର୍ଥନ ମିଳିଛି । ସେ ଲୋକ ଜନଶକ୍ତି ପାର୍ଟି ଏବଂ ବର୍ତ୍ତମାନର ବିଧାୟକ ଏଜେଟୋ ଜିମୋମିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଆକଳନ ଅନୁଯାୟୀ, ୪୭ବର୍ଷିୟା ହେକାନି ୧୪.୩୯୫ ଭୋଟ୍ ପାଇଥିବାବେଳେ ଏଜେଟୋ ଜିମୋମି ୧୨.୮୫୯ ଭୋଟ୍ ପାଇଛନ୍ତି।

ସେହିପରି ଆଉ ଜଣେ ମହିଳା ପାର୍ଥୀ ସଲହୌତୁଓନୁଓ କ୍ରୁସେ ପଶ୍ଚିମ ଅଙ୍ଗାମି ଏସି ନିର୍ବାଚନ ମଣ୍ତଳୀରୁ ବିଜୟୀ ହୋଇଛନ୍ତି । ସ୍ଥାନୀୟ
ହୋଟେଲ୍ ମାଲିକାଣୀ ସଲହୌତୁଓନୁଓ କ୍ରୁସେ ସ୍ୱାଧୀନ ପ୍ରାର୍ଥୀ କେନିହାଖାଓ ନାଖ୍ରୋଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିଥିଲେ ।

ନାଗାନାଣ୍ତର ୬୦ଟି ଆସନରୁ ବିଜେପି ଓ ଏନଡିପିପି ୩୯ଟି, ଏନପିଏଫ୍ ୧ଟି ଏବଂ ଅନ୍ୟାନ୍ୟ ୨୦ଟି ଆସନରେ ଅଗ୍ରଣୀ ଅଛନ୍ତି । ତେବେ
ବର୍ତ୍ତମାନ ଏହା ସ୍ପଷ୍ଟ ଯେ ବିଜେପି ନେତୃତ୍ୱାଧୀନ ମେଣ୍ଟ ଅନାୟାସରେ ସରକାର ଗଠନ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+