Get Updates
Get notified of breaking news, exclusive insights, and must-see stories!

ନବ ଦାସ ହତ୍ୟାକାଣ୍ଡ: ନରସିଂହ ମିଶ୍ରଙ୍କ ବଡ ବୟାନ; କହିଲେ, ଚରିତ୍ର ଯୋଗୁଁ ହୋଇଛି ହତ୍ୟା, ପାଲଟା ଜବାବ୍ ଦେଲେ ଦୀପାଳି

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟାରେ ଦୃଢ଼ ଜବାବ ଦେଇଛନ୍ତି ନବଙ୍କ ଝିଅ ଦୀପାଳି ।

Naba Das Murder Case

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟାରେ ଦୃଢ଼ ଜବାବ ଦେଇଛନ୍ତି ନବଙ୍କ ଝିଅ ଦୀପାଳି । ଏଭଳି କଥା ନରସିଂହ ମିଶ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ଶୋଭା ପାଉ ନଥିବା ବେଳେ ଏହି ହତ୍ୟାକାଣ୍ଡ ନେଇ କୌଣସି ତଥ୍ୟ ଥିଲେ, ସେ କାହିଁକି ପୋଲିସ୍ କିମ୍ବା କୋର୍ଟଙ୍କୁ ଦେଉ ନାହାନ୍ତି ବୋଲି ଦୀପାଳି କହିଛନ୍ତି ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ପାଗଳ ନୁହେଁ ବୋଲି ପ୍ରମାଣ ମିଳିବା ପରେ, ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଥରେ ବର୍ଷିଛନ୍ତି ବିରୋଧୀ । ଆଉ ମନ୍ତ୍ରୀଙ୍କ ହତ୍ୟା ପଛରେ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ଆଣିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ମାରିଲା ତାକୁ ନେଇ ନୂଆ ଥିଓରୀ କହିଛନ୍ତି । ନବ ଦାସଙ୍କ ଚରିତ୍ରକୁ ନେଇ ସନ୍ଦେହ କରିବା ସହ ବ୍ୟକ୍ତିଗତ ଶତ୍ରୁତାରୁ ଷଡଯନ୍ତ୍ର କରି ଗୋପାଳ ମନ୍ତ୍ରୀଙ୍କୁ ମାରିଥାଇ ପାରେ ବୋଲି ଆଶଙ୍କା କରିଛନ୍ତି । ଏଥିସହ ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତା ମଧ୍ୟ ହତ୍ୟାକାଣ୍ଡର କାରଣ ହୋଇପାରେ ବୋଲି ସନ୍ଦେହ କରିଛନ୍ତି ନରସିଂହ ।

ନରସିଂହ ମିଶ୍ର କହିଛନ୍ତି ଯେ, ମୋ' ପାଖରେ ଯେଉଁ ତଥ୍ୟ ଅଛି ଓ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ସେଥିରୁ ଜଣାପଡ଼ୁଛି- ଚାକିରି ପାଇଁ ଗୋପାଳ ତା' ଝିଆରୀଙ୍କୁ ଧରି ନବବାବୁଙ୍କ ପାଖକୁ ଯାଉଥିଲା । ସେହି ସମୟରେ କିଛି ଅଘଟଣ ଘଟିନାହିଁ ତ ? ସେ କଥା କିଏ କହିବ ? ନବବାବୁଙ୍କ ସମ୍ପର୍କରେ ବହୁତ କଥା ସାଧାରଣରେ ଚର୍ଚ୍ଚା ହେଉଛି । ତାଙ୍କ ଦେହାନ୍ତ ପରେ ନିର୍ଦ୍ଦିଷ୍ଟ ଭାବେ ସେ ସମ୍ପର୍କରେ କିଛି କହିବା ଠିକ୍‌ ହେବନି । କିନ୍ତୁ ମୋର ଘୋର ସନ୍ଦେହ ହେଉଛି, କିଛି ଗୋଟିଏ ଅଘଟଣ ଘଟିଛି । ଯେଉଁଥି ପାଇଁ ତାଙ୍କୁ ହତ୍ୟା କରିବାକୁ ଗୋପାଳର ପରିବାର ଲୋକ ଷଡ଼ଯନ୍ତ୍ର କରିଛନ୍ତି । ଆଉ ସେହି ଷଡ଼ଯନ୍ତ୍ରରେ ସଫଳ ହେବା ପରେ ସେମାନେ ବହୁତ ସନ୍ତୋଷ ଲାଭ କରିଛନ୍ତି । ଗୋପାଳର ଆଚାର ଓ ବ୍ୟବହାରରୁ ଏହା ପ୍ରାଣିତ ହେଉଛି । ତେଣୁ ଗୋପାଳ ଝିଆରୀଙ୍କୁ ପୋଲିସ୍‌ ଭଲ ଭାବେ ପଚରା ଉଚରା କଲେ ବହୁ କଥା ସ୍ପଷ୍ଟ ହୋଇପାରିବ ବୋଲି ନରସିଂହ ମିଶ୍ର କହିଛନ୍ତି ।

ତେବେ ନରସିଂହଙ୍କ ପ୍ରତିକ୍ରିୟା ଉପରେ କଡା ଜବାବ୍ ଦେଇଛନ୍ତି ନବଙ୍କ ଝିଅ ଦୀପାଳି ଦାସ । ନରସିଂହଙ୍କ ବୟାନ ତାଙ୍କ ପରିବାରକୁ ଶକ୍ତ ଆଘାତ ଦେଇଛି । ତେଣୁ ଏଭଳି ଆପତ୍ତିଜନକ ଟିପଣୀ ନ ଦେବାକୁ ସେ ଅପିଲ କରିଛନ୍ତି । ଏଥିସହ ହତ୍ୟାକାଣ୍ଡକୁ ନେଇ ଯଦି ତାଙ୍କ ପାଖରେ କିଛି ପ୍ରମାଣ ଅଛି ତାକୁ କୋର୍ଟରେ ଦେବାକୁ ଆହ୍ୱାନ ଦେଇଛନ୍ତି ।

ଦୀପାଳି କହିଛନ୍ତି, ଆପଣ କଂଗ୍ରେସର ଜଣେ ବରିଷ୍ଠ ନେତା। ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ। ମୋ ବାପା ଆପଣଙ୍କର ଜଣେ ବହୁତ ବଡ଼ ସହଯୋଗୀ ଥିଲେ। ମୋ ବାପାଙ୍କ ସହିତ ଆପଣଙ୍କର ଘନିଷ୍ଠ ସଂପର୍କ ଥିଲା । କିନ୍ତୁ ଆପଣ ମୋ ବାପାଙ୍କ ଚରିତ୍ର ଉପରେ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ରଖିଛନ୍ତି, ତାହା ମୋତେ ଓ ମୋ ପରିବାରକୁ ବହୁତ ଆଘାତ ଦେଇଛି । ଆମ ସଂସ୍କୃତି ଅନୁସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଯାଏ ନାହିଁ ।

ସେ ଆହୁରି କହିଛନ୍ତି, ଆପଣ ଜଣେ ବରିଷ୍ଠ ଓକିଲ। ମୁଁ ବିନମ୍ରତାର ସହିତ କହିବାକୁ ଚାହୁଁଛି ଯେ ଯଦି ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ଆପଣଙ୍କ ପାଖରେ କୌଣସି ପ୍ରକାର ତଥ୍ୟ ଅଛି, ତା'ହେଲେ ଆପଣ ସେଗୁଡ଼ିକୁ କୋର୍ଟରେ ଦାଖଲ କରନ୍ତୁ ବା ପୋଲିସକୁ ଦିଅନ୍ତୁ। ଆପଣ ଏହା ନ କରି କାହିଁକି ମୋ ବାପାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଉଛନ୍ତି ଓ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି । ଏ ସବୁ ଜିନିଷ ଆପଣଙ୍କୁ ଶୋଭା ଦେଉନି। ମୁଁ ଝିଅ ହିସାବରେ ଆପଣଙ୍କୁ ଅନୁରୋଧ କରୁଛି ଯେ ମୋ ବାପାଙ୍କ ଚରିତ୍ର ଉପରେ ଆଉ ଏପରି କଥା କୁହନ୍ତୁ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+