ପ୍ରତିକ୍ରିୟା ରଖିଲେ ନବ ଦାସଙ୍କ ଝିଅ: କହିଲେ; ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ଅଛି, ଆମକୁ ନ୍ୟାୟ ମିଳିବ
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ପ୍ରତିକ୍ରିୟା ଦେଲେ ତାଙ୍କ ଝିଅ ଦୀପାଳି ଦାସ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୁରା ଭରସା ଅଛି । ମୋ ବାପାଙ୍କୁ ଓ ମୋ ପରିବାରୁ ନ୍ୟାୟ ମିଳିବ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅ

ଝାରସୁଗୁଡା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ପ୍ରତିକ୍ରିୟା ଦେଲେ ତାଙ୍କ ଝିଅ ଦୀପାଳି ଦାସ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୁରା ଭରସା ଅଛି । ମୋ ବାପାଙ୍କୁ ଓ ମୋ ପରିବାରୁ ନ୍ୟାୟ ମିଳିବ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ।
କହିରଖୁ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ମାସେରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏବେ ବି ଅସ୍ପଷ୍ଟ ହତ୍ୟାକାଣ୍ଡ ପଛର କାରଣ । କ'ଣ ପାଇଁ ଅଭିଯୁକ୍ତ ଗୋପାଳ ଦାସ ନବଙ୍କୁ ହତ୍ୟା କଲା ତାହାର ଉତ୍ତର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ପାଖରେ ବି ନାହିଁ । ପୋଲିସ କେବଳ ଗୋପାଳକୁ ତଦନ୍ତ ପରିସର ଭୁକ୍ତ କରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଉପରେ ବିରୋଧି ସନ୍ଦେହ ପ୍ରକାଶ କରୁଛନ୍ତି ।
ତେବେ ଆଜି ବିଜୁ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବାକୁ ଦୀପାଳି ଦାସ ବଡମାଳ ଆସିଥିଲେ । ଏହି ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗଣାମାଧ୍ୟମର ପ୍ରଶ୍ନରେ ଦୀପାଳି କହିଛନ୍ତି, ''ମୁଁ ଜାଣିଛି ତଦନ୍ତକୁ ଅଧିକ ସମୟ ହେଲାଣି। କିନ୍ତୁ ଯେତେ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତା'ର ଶେଷ ନିଷ୍ପତ୍ତି ଦେବନି, ଆମେ କିଛି କହିପାରିବୁନି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୂରା ଭରସା ଅଛି। ବାପା ଯିବା ପରଠୁ ତାଙ୍କ ଆଶୀର୍ବାଦ ଆମ ସହିତ ଅଛି। ମୋର ପୂରା ବିଶ୍ୱାସ ଶେଷରେ ମୋ ବାପାଙ୍କୁ ଓ ଆମ ପରିବାରକୁ ନ୍ୟାୟ ମିଳିବ।''
ସେପଟେ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କର ଝିଅ ଦୀପାଳି ଦାସ ଉପନିର୍ବାଚନରେ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହାକୁ ଭରସା କରିବେ ସେ ବାପାଙ୍କ ସ୍ଥାନ ନେବେ । ଆମ ପରିବାର ତାଙ୍କୁ ସମର୍ଥନ କରିବୁ । ମୁଁ ଆଗରୁ ଲୋକସେବାରେ ଥିଲି ଓ ରାଜନୀତି ସହିତ ଏହାର ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।












Click it and Unblock the Notifications