ରାଷ୍ଟ୍ରପତି ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ, ଆଗୁଆ ଦ୍ରୌପଦୀ
ପ୍ରଥମ ରାଉଣ୍ଡ ଭୋଟ ଗଣତି ଏବେ ଶେଷ ହୋଇଯାଇଛି । ପ୍ରଥମେ ସଂସଦରେ ଗ୍ରହଣ ହୋଇଥିବା ଭୋଟ ଗଣତି ହୋଇଛି । ଏବେ ଏହା ଶେଷ ହୋଇଛି । 15ଟି ଭୋଟ ନାକଚ ହୋଇଯାଇଛି । 540 ଭୋଟରେ ଆଗୁଆ ଅଛନ୍ତି ଦ୍ରୌପଦୀ ମୁର୍ମୁ।
ନୂଆଦିଲ୍ଲୀ: ସଂସଦରେ ଚାଲିଛି ଭୋଟ ଗଣତି । କିଏ ହେବେ ନୂଆ ରାଷ୍ଟ୍ରପତି? ଏହାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ଆଜି ସକାଳ 11ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ତେବେ ପ୍ରଥମ ରାଉଣ୍ଡ ଭୋଟ ଗଣତି ଏବେ ଶେଷ ହୋଇଯାଇଛି । ପ୍ରଥମେ ସଂସଦରେ ଗ୍ରହଣ ହୋଇଥିବା ଭୋଟ ଗଣତି ହୋଇଛି । ଏବେ ଏହା ଶେଷ ହୋଇଛି । 15ଟି ଭୋଟ ନାକଚ ହୋଇଯାଇଛି । 540 ଭୋଟରେ ଆଗୁଆ ଅଛନ୍ତି ଦ୍ରୌପଦୀ ମୁର୍ମୁ।

748 ଭୋଟ ମଧ୍ୟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ 540 ଖଣ୍ଡ ଭୋଟ ମିଳିଛି । ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ 208 ଖଣ୍ଡ ଭୋଟ ମିଳିଛି । 72 ପ୍ରତିଶତ ଭୋଟ ମୁର୍ମୁଙ୍କୁ ମିଳିଛି ପ୍ରଥମ ରାଉଣ୍ଡରେ । ମୁର୍ମୁଙ୍କୁ ମିଳିଥିବା ସାଂସଦଙ୍କ ଭୋଟର ମୋଟ ମୂଲ୍ୟ 3,78,000 । ସିହ୍ନାଙ୍କ ଭୋଟର ମୂଲ୍ୟ 1,45,600 ରହିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ 10ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି ଆରମ୍ଭ ହୋଇଛି ।
ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ଶାଶୂ ଘେ ଏବଂ ପୈତୃକ ଗାଁ ମାଟିରେ ଉତ୍ସବର ମାହୋଲ । ଭୋଜିଭାତ ପାରମ୍ପରିକ ନୃତ୍ୟ ଗୀତରେ ଗାଁରେ ଜମିଛି ଆସର। ବିଜୟ ଉତ୍ସବ ପାଇଁ ଗାଁରେ ସମସ୍ତ ପ୍ରସ୍ତୁତି କରାଯାଇଛି । ଆଉ କେବଳ ବାକି ରହିଛି ଔପଚାରିକ ଘୋଷଣାକୁ।












Click it and Unblock the Notifications