ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ପୁଲକିତର ପିତା ଓ ଭାଇ ବିଜେପିରୁ ବହିଷ୍କୃତ
ହୃଷିକେଶରେ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣା ଦିନକୁଦିନ ନୂଆମୋଡ଼ ନେଉଛି । ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ୟ୍ୟର ପିତା ବିନୋଦ ଆର୍ୟ୍ୟ ଓ ଭାଇ ଅଙ୍କିତ ଆର୍ୟ୍ୟକୁ ବିଜେପି ଶନିବାର ପାର୍ଟିରୁ ବହିଷ୍କାର କରିଛି।
ନୂଆଦିଲ୍ଲୀ: ହୃଷିକେଶରେ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣା ଦିନକୁଦିନ ନୂଆମୋଡ଼ ନେଉଛି । ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ୟ୍ୟର ପିତା ବିନୋଦ ଆର୍ୟ୍ୟ ଓ ଭାଇ ଅଙ୍କିତ ଆର୍ୟ୍ୟକୁ ବିଜେପି ଶନିବାର ପାର୍ଟିରୁ ବହିଷ୍କାର କରିଛି। ଉତ୍ତରାଖଣ୍ଡ ବିଜେପିର ପ୍ରଦେଶ ମହାମନ୍ତ୍ରୀ ରାଜେନ୍ଦ୍ର ସିଂହ ବିଷ୍ଟଙ୍କ ନାମରେ ଜାରି ଏକ ବିବୃତ୍ତିରେ ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ଭଟ୍ଟ ଅଙ୍କିତା ହତ୍ୟାର ସଜ୍ଞାନ ନେଇ ହରିଦ୍ୱାର ନିବାସୀ ଡା. ବିନୋଦ ଆର୍ୟ୍ୟ ଓ ତାଙ୍କ ପୁତ୍ର ଅଙ୍କିତ ଆର୍ୟ୍ୟଙ୍କୁ ଭାରତୀୟ ଜନତା ପାର୍ଟିରୁ ତତ୍କାଳ ପ୍ରଭାବରେ ବହିଷ୍କାର କରାଯାଇଥିବା କୁହାଯାଇଛି।

ହୃଷିକେଶର ଚିଲ୍ଲା କେନାଲରୁ ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ଉତ୍ତରାଖଣ୍ଡ ଏସଡିଆରଏଫ ଉଦ୍ଧାର କରିଥିବା ବେଳେ, ବର୍ତ୍ତମାନ ଏହାକୁ ନେଇ ଅନେକ ସନ୍ଦେହ ଉପୁଜିଛି । ଏସଆଇଟି ଏହି ଘଟଣାର ତଦନ୍ତ କରିବ । ଆଗକୁ ଏହି ଘଟଣା ଉପରୁ ପରଦା ହଟିବ ବୋଲି ଏସଡିଆରଏଫ୍ ମୁଖପାତ୍ର କହିଛନ୍ତି ।
ଅଙ୍କିତାଙ୍କ ମୃତ୍ୟୁକୁ ନେଇ ହୃଷିକେଶ ଅତିରିକ୍ତ ପୁଲିସ ଅଧୀକ୍ଷକ ଶେଖର ସୁଆଲ କହିଛନ୍ତି ଯେ ଅଙ୍କିତାଙ୍କ ଭାଇ ଓ ବାପା ମୋ ସହିତ ଅଛନ୍ତି । ସେମାନେ ମୃତଦେହ ଚିହ୍ନଟ କରିଛନ୍ତି












Click it and Unblock the Notifications