ଖୁବଶୀଘ୍ର ପୌର ନିର୍ବାଚନ ହେବେ: ପ୍ରତାପ ଜେନା
ଖୁବଶୀଘ୍ର ପୌର ନିର୍ବାଚନ ହେବେ। ଏ ନେଇ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ଭୁବନେଶ୍ବର: ଖୁବଶୀଘ୍ର ପୌର ନିର୍ବାଚନ ହେବେ। ଏ ନେଇ ପ୍ରକ୍ରିୟା ଚାଲିଛି। ମାନ୍ୟବର ଅଦାଲତ 50 ପ୍ରତିଶତ ଭିତରେ ସଂରକ୍ଷଣ ସୀମିତ ରଖିବାକୁ କହିଛନ୍ତି। ସେତିକି ଭିତରେ କିପରି ହେବ, ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ସେହିପରି ପୌର ନିର୍ବାଚନକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ । ସେ କହିଛନ୍ତି, ରାଜ୍ୟରେ 116 ପୌର ସଂସ୍ଥା ଅଛି। 114ରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। 2018ରେ ହିନ୍ଦୋଳ ଓ ଅତବିରା NAC ନିର୍ବାଚନ ହୋଇଛି। ସେମାନଙ୍କ କାର୍ଯ୍ୟକାଳ 2023ରେ ସରିବ। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ରାଜ୍ୟ ସରକାରଙ୍କ। ସେମାନେ ଏହି କାମ ଯେତେ ଶୀଘ୍ର ସାରି ଆମକୁ ଚୂଡାନ୍ତ ରିପୋର୍ଟ ଦେବା ପରେ ଆମେ ଭୋଟର ଲିଷ୍ଟ ପ୍ରସ୍ତୁତ କରି ପୌର ନିର୍ବାଚନ କରିବୁ ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ।












Click it and Unblock the Notifications