ନଭେମ୍ବର ୯ରୁ ପୌର ନିର୍ବାଚନ ପ୍ରକ୍ରିୟା, ଜାନୁୟାରୀ ୨୦ରେ ମହାନଗର ନିଗମ ଚୂଡ଼ାନ୍ତ ବିଜ୍ଞପ୍ତି

ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ନଭେମ୍ବର ୧୮ ତାରିଖ ମତାମତ ଦଖଲର ଶେଷ ଦିନ ରହିଛି ।

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ନଭେମ୍ବର ୧୮ ତାରିଖ ମତାମତ ଦଖଲର ଶେଷ ଦିନ ରହିଛି । ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୨୯ ନଭେମ୍ବରରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ ବୋଲି ଦର୍ଶାଯାଇଛି ।

municipal election

ଆଜି ରାଜ୍ୟ ମ୍ୟୁନିସପାଲ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟର ୧୦୫ଟି ମ୍ୟୁନିସପାଲଟି ଓ ଏନଏଏସିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏସବୁରେ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଅନୁସୂଚିତ ଜାତି,ଜନଜାତି, ଓବିସି ଓ ମହିଳାଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ପ୍ରକ୍ରିୟାର ଚିଠା ବିଜ୍ଞପ୍ତି ନଭେମ୍ବର ୯ରେ ପ୍ରକାଶ ପାଇବ । ଜିଲ୍ଲାପାଳମାନେ ଆପତ୍ତି ଅଭିଯୋଗର ଶୁଣାଣି ନଭେମ୍ବର ୧୮ତାରିଖ ସୁଦ୍ଧା ଶେଷ କରିବେ । ନଭେମ୍ବର ୨୯ତାରିଖରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ଜିଲ୍ଲାପାଳମାନେ ଜାରି କରିବେ । ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଉପରେ ଆପତ୍ତି ଥିଲେ ନଭେମ୍ବର ୨୯ରୁ ଡିସେମ୍ବର ୧୩ତାରିଖ ମଧ୍ୟରେ ରାଜ୍ୟ ନଗର ଉନ୍ନୟନ ବିଭାଗରେ କରାଯାଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+