Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ଅଣଦେଖା ! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ଡକାଯାଇନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ଆଜି ରାଜଧାନୀ ଦିବସ ପାଳନ କରାଯାଉଛି ।

ଭୁବନେଶ୍ୱର: ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ଡକାଯାଇନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ଆଜି ରାଜଧାନୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରର ସମସ୍ତ ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଛି । କିନ୍ତୁ ଭୁବନେଶ୍ୱରର ନିର୍ବାଚନ ସାଂସଦ ହୋଇଥିଲେ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରାଯାଇନି ।

 Aparajita Sarangi

ସୂଚନାଥାଉ କି, ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସେ କ୍ଷୋବ ପ୍ରକାଶ କରିଛନ୍ତି । ଟ୍ୱିଟ କରି ଅପରାଜିତା ଲେଖିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଛି । ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ମୋତେ କରାଯାଇନାହିଁ । ମୁଁ ବି ଯୋଗ ଦେବାକୁ ଚାଁହୁଥିଲେ ବି ମୋତେ ଡକାଯାଇନାହିଁ । ମୋର ଭୁଲ କଣ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

ନିମନ୍ତ୍ରଣ ପତ୍ରରେ ତାଙ୍କ ନାଁ ନାହିଁ କି ରାଜ୍ୟ ସରକାରଙ୍କ ତରଫରୁ କେହି ତାଙ୍କୁ କିଛି କଥା ମଧ୍ୟ ହୋଇ ନାହାନ୍ତି । ଏହା ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ । ସ୍ଥାନୀୟ ସାଂସଦ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହେବା ତାଙ୍କର ଅଧିକାର । ରାଜନୈତିକ ଆଦର୍ଶ ହୁଏତ ଅଲଗା ଅଲଗା ହୋଇପାରେ, କିନ୍ତୁ ଜନ ପ୍ରତିନିଧିଙ୍କୁ ରାଜ୍ୟ ସରକାର ସର୍ବନିମ୍ନ ସୌଜନ୍ୟତା ଦେଖାଇବା ଉଚିତ । ଅଜାଣତରେ ନୁହେଁ, ବରଂ ଜାଣିଶୁଣି ତାଙ୍କୁ ଡକାଯାଇନଥିବାର ସଂଗୀନ ଅଭିଯୋଗ କରିଛନ୍ତି ଅପରାଜିତା । ଏହାର ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+