ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
ବିଜେପିରେ ଯୋଗ ଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ତିନିଜଣଯାକ ପଦ୍ମ ଧରିଛନ୍ତି ।

କଟକରୁ ସାଂସଦ ଭାବେ ୬ଥର ନିର୍ବାଚିତ ଭର୍ତ୍ତୃହରି । ଗତ ୨୨ରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡିରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ସାମିଲ ହୋଇଛନ୍ତି । ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ମିଶିଛନ୍ତି ।
ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟ । ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।
ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ, ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ' । ଏକ ନୂଆ ଟିମ୍ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି।
ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଆସିଲେ ଦେଖିପାରିବେ ବୋଲି ସେ କହିଛନ୍ତି ।












Click it and Unblock the Notifications