ଧଉଳିର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା
ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଧଉଳି ଓ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଯେଉଁ 5 କୋଟି ଟଙ୍କାର ଅନୁଦାନ ଦେଇଥିଲେ ତାହାର ସଠିକ୍ ବିନିଯୋଗ ହୋଇ ନଥିବା ସାଂସଦ ଅପରାଜିତା ଅଭିଯୋଗ କରିଛନ୍ତି । ଏଥିସହ ରାଜ୍ୟର ଏହି ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଏବଂ ଧଉଳି ପାଇଁ ଏକ ସାମଗ୍ରିକ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଇନାହିଁ ବୋଲି ସେ ଏହି ଚିଠିରେ କହିଛନ୍ତି ।

ଧଉଳି ଉନ୍ନୟନ କମିଟି ନିକଟରେ ଏକ କୋଟି ଟଙ୍କାରୁ ଅଧିକ ଟଙ୍କା ପଡିରହିଥିବା ଦର୍ଶାଇ ଏହି ଟଙ୍କାକୁ ଶାନ୍ତିସ୍ତୁପର ରକ୍ଷଣାବେକ୍ଷଣ ପାଇଁ ବିନିଯୋଗ କରିବାକୁ ସାଂସଦ ଚିଠି ମାଧ୍ୟମରେ ଦାବି କରିଛନ୍ତି । ଗତ ନଭେମ୍ବର 15 ତାରିଖରେ କଳିଙ୍ଗ ନିପନ୍ ବୁଦ୍ଧ ସଂଘର ନିମନ୍ତ୍ରଣ କ୍ରମେ ଏହି ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିଥିଲେ ଏବଂ ସଂଗଠନ ସଦସ୍ୟ ତଥା ସ୍ଥାନୀୟ ଲୋକଙ୍କ ସହ ଧଉଳି ଶାନ୍ତିସ୍ତୁପ ନେଇ କଥାବାର୍ତ୍ତା କରିଥିଲେ ବୋଲି ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ।












Click it and Unblock the Notifications