ଟ୍ବିନସିଟିରେ ମେଟ୍ରୋ ଟ୍ରେନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା
ଟ୍ବିନସିଟିରେ ମେଟ୍ରୋ ଟ୍ରେନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । । ସାଂସଦ ଅପରାଜିତା ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଚିଠି ମାଧ୍ୟମରେ ମେଟ୍ରୋ ରେଳ ସେବା ନେଇ ଅନୁରୋଧ କରିଛନ୍ତି ।
ଭୁବନେଶ୍ୱର: ଟ୍ବିନସିଟିରେ ମେଟ୍ରୋ ଟ୍ରେନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । । ସାଂସଦ ଅପରାଜିତା ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଚିଠି ମାଧ୍ୟମରେ ମେଟ୍ରୋ ରେଳ ସେବା ନେଇ ଅନୁରୋଧ କରିଛନ୍ତି । ଭୁବନେଶ୍ୱର-କଟକରେ ଲୋକଙ୍କ ସୁବିଧା ପାଇଁ ଏହି ରେଳ ସେବା ଆରମ୍ଭ କରିବାକୁ ସେ ଜଣାଇଛନ୍ତି । ଜନସାଧାରଣଙ୍କ ଯାତାୟତକୁ ସରଳ ସୁବିଧା କରିବାକୁ ମେଟ୍ରୋ ସେବା ଆରମ୍ଭ କରାଯିବାର ଆବଶ୍ୟକ ରହିଛି ।

ଏମପି ଅପରାଜିତା ଷଡଙ୍ଗୀ କରିଥିବା ଟ୍ୱିଟ୍ ଅନୁଯାୟୀ, କଟକ-ଭୁବନେଶ୍ୱରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ମେଟ୍ରୋ ଟ୍ରେନ ଚାଲିବା ଦରକାର। ଏହାଦ୍ୱାରା ଲୋକେ ଖୁବ୍ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଥିସହ କେନ୍ଦ୍ର ନଗର ଉନୟନ ବିଭାଗ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିବା ସେ ଉଲ୍ଲେଖ କରିଛନ୍ତି। ଏହାବାଦ ଆବଶ୍ୟକ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖିଥିବା ଅପରାଜିତା ଟ୍ୱିଟ୍ କରିଛନ୍ତି ।
ଉଲ୍ଲେଖଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ସୁଦ୍ଧା ଦେଶର ମେଟ୍ରୋ ଟ୍ରେନ୍ ସେବା ୨୫ ସହର ଛୁଇଁବ ବୋଲି କହିଥିଲେ । ୨୦୧୪ରେ ୫ଟ ସହରରେ ମେଟ୍ରୋ ଟ୍ରେନ୍ ସେବା ଉପଲବ୍ଧ ଥିଲା । ଏବେ ୧୮ ଟି ସହରରେ ମେଟ୍ରୋ ଟ୍ରେନ୍ ସେବା ଲୋକଙ୍କ ପାଇଁ ରହିଛି । ତେବେ ୨୦୨୫ ସୁଦ୍ଧା ଏହି ମେଟ୍ରୋ ଟ୍ରେନ୍ ସେବା ୨୫ଟି ସହରରେ ପହଂଚାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।












Click it and Unblock the Notifications