ମୋଦିଙ୍କୁ ଭେଟିଲେ ଅପରାଜିତା, ରାଜ୍ୟ ବିଜେପିରେ ହଇଚଇ
ମୋଦିଙ୍କୁ ଭେଟିଲେ ଅପରାଜିତା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଚଳିତ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ବିଗତ ଦୁଇବର୍ଷ ଭଳି ଏହି ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି ଅପରାଜିତା।
ନୂଆଦିଲ୍ଲୀ:ମୋଦିଙ୍କୁ ଭେଟିଲେ ଅପରାଜିତା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଚଳିତ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ବିଗତ ଦୁଇବର୍ଷ ଭଳି ଏହି ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି ଅପରାଜିତା। ତେବେ ଅପରାଜିତାଙ୍କ ରିପୋର୍ଟ କାର୍ଡକୁ ନେଇ ଏପଟେ ରାଜ୍ୟ ବିଜେପିରେ ହଇଚଇ। ମୋଦିଙ୍କ ସହ ଅପରାଜିତା ରାଜ୍ୟ ରାଜନୀତିକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥାବାର୍ତା ହୋଇଥିବେ ବୋଲି ଚର୍ଚ୍ଚା ହେଉଛି । ଦଳ ଭିତରେ ଥିବା ଅପରାଜିତା ବିରୋଧୀ ଗୋଷ୍ଠୀ ମାନଙ୍କ ଭିତରେ ଏହି ପ୍ରଶ୍ନ ଉଙ୍କି ମାରୁଛି। ସେପଟେ ରାଜ୍ୟ ବିଜେପିର ସ୍ଥିତି ଏତେ ଭଲ ନଥିବା ବେଳେ ଅପରାଜିତା ମୋଦିଙ୍କ ସହ ଦେଖା ହେବା ବିରୋଧୀଙ୍କ ମନରେ ବି କିଛି ଆଶା ସୃଷ୍ଟି କରିଛି । ଅପରଜିତା ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି । ଯାହାକୁ ନେଇ ଆଗରୁ ବି ଦଳରେ କନ୍ଦଳ ହୋଇ ଆସିଛି ।

ନିକଟରେ ଅମିତ ସହ ଆସିଲା ସମୟରେ ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ବିଜେପିର ଅଲଗା ଗୋଷ୍ଠୀର କିଛି ଲୋକେ ଠେଲି ପକାଇଥିଲେ । ତାକୁ ନେଇ ବି ରାଜ୍ୟ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଏହା ସହ ଅପରାଜିତା ପ୍ରଧାନମନ୍ତ୍ରୀ ନିର୍ଦେଶ କ୍ରମେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯେପରି ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀ ଜନ ଔଷଧି ପରିଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଏହା ସହ ସଂଗଠନ କାର୍ଯ୍ୟ ବିଷୟ ରେ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଅନେକ ପରାମର୍ଶ ନେଇଛନ୍ତି ।
ଭୁବନେଶ୍ୱରରେ NISER ଠାରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ସମୟର ଫୋଟୋ ଟୁଇଟ କରି ଏ ସଂପର୍କରେ ସେ ନିଜେ ସୂଚନା ଦେଇଛନ୍ତି । ଟୁଇଟରେ ଲେଖିଛନ୍ତି, ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଶିବିର, ଜନଔଷଧୀ ପରିଯୋଜନା ଓ ସଂଗଠନ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି । ତେବେ ଏସବୁ ଭିତରେ ଦଳର ସାଙ୍ଗଠନିକ ସୁଦୃଢ ନେଇ କିଛି ପ୍ରମୁଖ ବାର୍ତାଳାପ ହୋଇପାରେ ବୋଲି ଚାରିଆଡେ ଚର୍ଚା ଜୋର ଧରିଛି ।












Click it and Unblock the Notifications