Get Updates
Get notified of breaking news, exclusive insights, and must-see stories!

ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡିର ସମର୍ଥନ ଉପରେ ଅପରାଜିତଙ୍କ ଲଗାମ ଛଡା ବୟାନ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ କରିବା ନେଇ ପ୍ରତିକ୍ରିୟା ରଖିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳଗତ ନିର୍ବିଶେଷରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନକୁ ନେଇ ଅପରାଜିତଙ୍କ ଲଗାମ ଛଡା ବୟାନ । ବିଜେଡିକୁ ତେରେଛା ବାଣ ମାରି କହି

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ କରିବା ନେଇ ପ୍ରତିକ୍ରିୟା ରଖିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳଗତ ନିର୍ବିଶେଷରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନକୁ ନେଇ ଅପରାଜିତ ଦେଲେ ଲଗାମ ଛଡା ବୟାନ । ବିଜେଡିକୁ ତେରେଛା ବାଣ ମାରି ଅପରାଜିତା କହିଲେ, ସମର୍ଥନ ନକରି ଯିବ କୁଆଡେ ।

Aparajita Sadangi

ସୂଚନାଥାଉ କି, ଗତକାଲି ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲା। କେବଳ ନିଜ ଦଳର ସମର୍ଥନ ଦେଇ ନାହାନ୍ତି, ବରଂ ଓଡ଼ିଶା ବିଧାନସଭାରେ ସବୁ ଦଳର ସଭ୍ୟମାନେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଯିବା ପାଇଁ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ । ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଟ୍ବିଟ୍ କରି ଏହି ନିବେଦନ କରିଥିଲେ ।

ତେବେ ବିଜେଡିର ଏହି ସମର୍ଥନକୁ ତେର୍ଛାବାଣ ମାରିଛନ୍ତି ସାଂସଦ । ଅପରାଜିତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ବିଜେପି ସଂସଦୀୟ ବୌର୍ଡର ଚୟନକୁ କିଏ ବା ସମର୍ଥନ ନଦେବ । ନିଶ୍ଚିତ ଭାବେ ଯେଉଁମାନେ ସମର୍ଥନ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବି । ବିଜେଡିର ସମର୍ଥନ ପ୍ରସଙ୍ଗରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ହେଉଛି ସବୁଠାରୁ ବେଷ୍ଟ ଚଏସ୍ । ଆଉ ବେଷ୍ଟ ଚଏସ୍‌କୁ ସମର୍ଥନ ନଦେଇ ଯିବେ କୁଆଡେ । ବେଷ୍ଟ ଚଏସ୍‌କୁ ସମସ୍ତେ ସମର୍ଥନ ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+