ଅଧା ଡଜନରୁ ଅଧିକ ମନ୍ତ୍ରୀ ମନ୍ତ୍ରୀ ହତ୍ୟା ମାମଲାରେ ଜଡ଼ିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମହିଳା ଆଇଆଇସିଙ୍କୁ ହାତ ଉଠାଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍ । ସରକାରୀ ଦଳ ନିଜ ଦୋଷ ଲୁଚାଇବାକୁ ଏସବୁ ପ୍ରାୟୋଜିତ କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମହିଳା ଆଇଆଇସିଙ୍କୁ ହାତ ଉଠାଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍ । ସରକାରୀ ଦଳ ନିଜ ଦୋଷ ଲୁଚାଇବାକୁ ଏସବୁ ପ୍ରାୟୋଜିତ କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ ଆହୁରି କହିଛନ୍ତି ଯେ, ନବୀନ ଙ୍କ ଦୟାରେ ଜୟନାରାୟଣ ବିରୋଧୀ ଦଳ ନେତା ହୋଇ ନାହାନ୍ତି । ନୈତିକତା କଥା ଯାହା କହୁଛନ୍ତି, ବିଜେଡି ର ଅଧା ଡଜନରୁ ଅଧିକ ମନ୍ତ୍ରୀ ପ୍ରତ୍ୟକ୍ଷ ହତ୍ୟାରେ ଜଡ଼ିତ । ବିଭିନ୍ନ କେଳେଙ୍କାରିରେ ଅଭିଯୁକ୍ତ ହୋଇ ବି ଅଛନ୍ତି । ଏଣୁ ଚାଲୁଣି ଛୁଞ୍ଚିକୁ କହୁଥିବା କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ।
ସେପଟେ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ଏଏସଆଇ ଗୁଳି ମାରିଲା । ହେଲେ ସରକାର କହୁଛନ୍ତି ଆମେ ଗୋପାଳକୁ ଧରିଦେଲୁ । ହେଲେ ଗୋପାଳ ଲୁଚିଥିଲା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ଆଇନ୍ ଶୃଙ୍ଖଳା ଏବେ ବିଗିଡିବାରେ ଲାଗିଛି ବୋଲି କେନ୍ଦ୍ରମନ୍ତ୍ରୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ଉଲ୍ଲେଖଥାଉ କି, ଗତକାଲି ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣାର ପ୍ରତିବାଦରେ ସମ୍ବଲପୁର ସ୍ଥିତ ସର୍କିଟ ହାଉସକୁ ଘେରିଛନ୍ତି ବିଜେଡି କର୍ମୀ । ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ଦାବି କରିଛନ୍ତି ବିଜେଡି କର୍ମୀ ।
ଅନ୍ୟପଟେ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ବିଜେପିର ଆନ୍ଦୋଳନ । ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ବହୁ ସଂଖ୍ୟାରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ଧାରଣାରେ ବିଜେପିର ବହୁ ହେଭିୱେଟ ନେତା ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଏହି ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ , ପ୍ରତାପ ଷଡ଼ଙ୍ଗୀ , ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ମନମୁଖି ଶାସନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜୋରଦାର ବର୍ଷିଛନ୍ତି ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ....












Click it and Unblock the Notifications