ନୂଆ ସଂସଦ ଭବନରେ ବସିବ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ :- ଜୁଲାଇ ତୃତୀୟ ସପ୍ତାହରୁ ବସିପାରେ ମୌସୁମୀ ଅଧିବେଶନ। ଆସନ୍ତା ୧୭ରୁ ବସିପାରେ ଅଧିବେଶନ। ସଂସଦୀୟ ମାମଲାରେ କ୍ୟାବିନେଟ କମିଟି ବୈଠକ ଆଗାମୀ କିଛିଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମୌସୁମୀ ଅଧିବେଶନ ନେଇ ତାରିଖ ସ୍ଥିର ହୋଇପାରେ।
ମୌସୁମୀ ଅଧିବେଶନ ପ୍ରତିବର୍ଷ ଜୁଲାଇ ମାସରେ ଆରମ୍ଭ ହୋଇଥାଏ । ୨୦୨୨ ମସିହାରେ ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଆରମ୍ଭ ହୋଇଥିଲା । ସୂଚନା ଅନୁସାରେ ୨୦୨୩ର ମୌସୁମୀ ଅଧିବେଶନ ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇପାରେ ।

ଚଳିତ ବର୍ଷ ମୌସୁମୀ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।ପ୍ରଧାନମନ୍ତ୍ରୀ ମୋଦୀ ସମାନ ନାଗରିକ ସଂହିତା ଉପରେ ସଦ୍ୟ ଦେଇଥିବା ବୟାନକୁ ନେଇ ସଂସଦରେ ବିରୋଧୀମାନେ ହଟ୍ଟଗୋଳ କରିପାରନ୍ତି । ସେପଟେ ନୂଆ ସଂସଦ ଭବନରେ ପ୍ରଥମଥର ପାଇଁ ସଂସଦୀୟ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ'୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନ କରିଥିଲେ । ଏହା ସହ ଦିଲ୍ଲୀରେ ନିଯୁକ୍ତି ଓ ବଦଳି ମାମଲାରେ କେନ୍ଦ୍ର ସରକାର ଅଧ୍ୟାଦେଶ ମାଧ୍ୟମରେ ଉପରାଜ୍ୟପାଳଙ୍କୁ ଦେଇଥିବା କ୍ଷମତା ବିରୋଧରେ ବିରୋଧୀମାନେ ସରକାରଙ୍କୁ ଘେରିପାରନ୍ତି । ଅନ୍ୟାନ୍ୟ ପ୍ରମୁଖ ମୁଦା ଏଥର ଉଠିପାରେ












Click it and Unblock the Notifications