କଂଗ୍ରେସକୁ ଫେରିବେ ମୋକିମ୍ ! ପୂଜା ଭସାଣିରେ ପିସିସି ସଭାପତିଙ୍କ ସାକ୍ଷାତ ପରେ ଚର୍ଚ୍ଚା
କଂଗ୍ରେସକୁ ଫେରିବେ ମୋକିମ୍ ! ପୂଜା ଭସାଣି ମୋକିମଙ୍କ ସହ ପିସିସି ସଭାପତିଙ୍କ ସାକ୍ଷାତ ପରେ ଚର୍ଚ୍ଚା ଜୋର ଧରିଛି । ଆଉ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି । ସେ କହିଛନ୍ତି ଦଶହରାରେ ମୋକିମଙ୍କ ସହ ସାକ୍ଷାତ ହୋଇଥିଲା । ହେଲେ ନିଲମ୍ବନ ପ୍ରତ୍ୟାହାର କଥା ଦିଲ୍ଲୀ ନିଷ୍ପତି ନେବ ।
ନିଲମ୍ବନ ପ୍ରତ୍ୟାହାର ହେଲେ ଆମେ ସ୍ଵାଗତ କରିବୁ। ଆମର ଅସୁବିଧା ନାହିଁ । AICC ଉପରେ ସବୁ ନିର୍ଭର କରେ। ତେଣୁ ତାଙ୍କ ନିଷ୍ପତ୍ତି AICC ନେବେ । ମୋ ପାଖକୁ ତାଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ କୌଣସି ପ୍ରସ୍ତାବ ଆସି ନାହିଁ ଆସୁଥିଲେ ମୁଁ ଦିଲ୍ଲୀ ପଠାଇ ଥାଆନ୍ତି । ଆସିଲେ ବି ପଠେଇବି ।
ଦିଲ୍ଲୀ ତାଙ୍କୁ ରିପୋର୍ଟ ମାଗିଥିଲା ସେ ଦେଇଥିଲେ ପରେ ଆକ୍ସନ ହୋଇଛି । ଏବେ AICC ଉପରେ ନିର୍ଭର କରେ । ଖୁବ୍ ଶୀଘ୍ର ନିଲମ୍ବନ ପ୍ରତ୍ୟାହାର ହେବ ବୋଲି ସେ କହିଛନ୍ତି । ଯେଉଁମାନେ କଂଗ୍ରେସ କୁ ଛାଡି ଯାଇଛନ୍ତି, ସେମାନେ ଭଡ଼ା ଘରେ ନ ରହି ନିଜ ଘରକୁ ଫେରନ୍ତୁ ବୋଲି ଆମେ ଡାକରା ଦେଇଛୁ ବୋଲି ପିସିସି ସଭାପତି କହିଛନ୍ତି ।

ସେହିପରି ମୋକିମ କହିଛନ୍ତି ଯେ, ମୁଁ କଂଗ୍ରେସରେ ଅଛି, ମୋ ଉପରୁ ଖୁବଶୀଘ୍ର ଦଳ ନିଲମ୍ବନ ଆଦେଶ ହଟାଇବ ଓ ମୁଁ କଂଗ୍ରେସ ଟିକେଟରୁ ହିଁ ଲଢ଼ିବି' । ଗତକାଲି କଟକରେ ଦୁର୍ଗା ଭସାଣୀ ଉତ୍ସବବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ତାଙ୍କର ସାକ୍ଷାତ ପରେ ସେ କଂଗ୍ରେସରୁ ପୁଣି ଲଢ଼ିବା ନେଇ ଚର୍ଚ୍ଚା ହେଉଛି ।
କଂଗ୍ରେସର କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଖାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ନିଲମ୍ବିତ କରିଥିଲା ଏଆଇସିସି ଶୃଙ୍ଖଳା କମିଟି।
ମହମ୍ମଦ ମୋକିମଙ୍କୁ କାର୍ଯ୍ୟକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଏହା ପରେ ଦଳ ପକ୍ଷରୁ ଏହି ବରିଷ୍ଠ ନେତାଙ୍କୁ କାରଣ ଦର୍ଶଅ ନୋଟିସ ଜାରି କରାଯାଇଥିଲା। ଉତ୍ତର ସନ୍ତୋଷଜନକ ନଥିବାରୁ ଏଆଇସିସି ଶୃଙ୍ଖଳା କମିଟି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।












Click it and Unblock the Notifications