Get Updates
Get notified of breaking news, exclusive insights, and must-see stories!

Mohan Majhi: ଆଜି ପୁଣି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ପୁଣି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାରର ଶେଷ ଦିନ । ତେଣୁ ଆଜି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଯାଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ । ଗତକାଲି ଦ୍ବିତୀୟଥର ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ା ଯାଇଥିଲେ । ତେଣୁ ଆଜି ମୋହନ ମାଝୀ ନୂଆପଡ଼ା ଯାଇ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବେ ।

Chief Minister Mohan Majhi will visit Nuapada again today

ମତଦାନକୁ ଆଉ କେଇଟା ଦିନ ବାକି ଥିବାବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରଭୁଖ ଦଳ । ବିଜେପି ଲୋକଙ୍କ ନିକଟତର ହୋଇ ୪୦ ହଜାର ଭୋଟରେ ଜିତିବା ନେଇ ଦାବି କରିଆସୁଥିବା ବେଳେ, ଗତକାଲି କନକ ନ୍ୟୁଜ୍‌କୁ ଏକ ସାକ୍ଷାତକାର ଦେଇ ବିଜେଡି ନେତା ପ୍ରତାପ ଜେନା ନୂଆପଡ଼ା ହାତେଇବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନୂଆପଡ଼ାରେ ବିଜେଡିର ପଲ୍ଲା ଭାରି ଅଛି । ନୂଆପଡ଼ା ପାଇଁ ଅନେକ ଉନ୍ନତିମୂଳକ କାମ କରିଛନ୍ତି ନବୀନ୍ । ଆଉ ଲୋକେ ସବୁ ଜାଣିଛନ୍ତି । ତେଣୁ ବିଜେପିର ମିଛ ପ୍ରଚାରରେ ଫସିବେନି ଲୋକେ । ଠିକଣା ସମୟରେ ଉଚିତ୍ ଜବାବ ଦେବେ । ଏବଂ ବିଜେଡିକୁ ବିପୁଳ ଭୋଟ ଦେଇ ବିଜୟ କରାଇବେ ବୋଲି ପ୍ରତାପ ଦମ୍ଭୋକ୍ତି ବାଢ଼ିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+