ଓଡ଼ିଶା ବିଧାନସଭା ନିର୍ବାଚନ: ବାରବାଟି କଟକ ବିଧାନସଭା ଆସନରୁ କଂଗ୍ରେସର ବିଧାୟିକା ପ୍ରାର୍ଥୀନୀ ହୋଇପାରନ୍ତି ସୋଫିଆ
କଟକ ୨୫/୦୪: ବାରବାଟି କଟକ ବିଧାନସଭା ଆସନରୁ କଂଗ୍ରେସର ବିଧାୟିକା ପ୍ରାର୍ଥୀନୀ ହୋଇପାରନ୍ତି ସୋଫିଆ ଫିର୍ଲୋସ । ବୈଠକରେ ମୋହର ମାରିଲେ କଂଗ୍ରେସ କର୍ମୀ ଓ ସମର୍ଥକ ମାନେ । ମହମ୍ମଦ ମୋକିମ୍ ନିର୍ବାଚନ ଲଢିବା ଆଶା କ୍ଷୀଣ ହେବା ପରେ ତାଙ୍କ ଝିଅ ସୋଫିଆଙ୍କ ନାମ ଚର୍ଚ୍ଚାରେ ଆସିଥିଲା।
ଝିଅର ପ୍ରାର୍ଥିତ୍ୱ ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ମିଟିଂ କରିଛନ୍ତି ମୋକିମ । ଝିଅ ସୋଫିଆକୁ ସାଥିରେ ଧରି ଦଳୀୟ କର୍ମକର୍ତ୍ତାଙ୍କ ସହ ମୋକିମଙ୍କ ମିଟିଂ କରିଥିଲେ । ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସହମତି, ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି । ଅଦାଲତି ଝିନ୍ଝଟ୍ ଯୋଗୁଁ ମହମ୍ମଦ ମୋକିମ ପ୍ରାର୍ଥୀ ହୋଇପାରିବେ ନାହିଁ ।

ମହମ୍ମଦ ମୋକିମଙ୍କ ବଦଳରେ କିଏ ହେବେ ପ୍ରାର୍ଥୀ, ତାକୁ ନେଇ ଚର୍ଚ୍ଚା । ମୋକିମଙ୍କ ବଦଳରେ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି । ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ନିଷ୍ପତ୍ତି ।












Click it and Unblock the Notifications