ଗୁରୁଦିବସରେ ପିଏମ-ଶ୍ରୀ ଯୋଜନା ନେଇ ପିଏମ ମୋଦିଙ୍କ ଘୋଷଣା
ପ୍ରଧାନମନ୍ତ୍ରୀ ମୋଦି ଏକ ବଡ ଘୋଷଣା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ ପାଇଁ ଦେଶର 14 ହଜାର 5 ଶହ ସ୍କୁଲର ନକ୍ସା ବଦଳିବ । ଏହି ସ୍କୁଲଗୁଡିକରେ ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣ କରାଯିବ ।
ନୂଆଦିଲ୍ଲୀ: ଆଜି ପବିତ୍ର ଗୁରୁଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ ଘୋଷଣା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ ପାଇଁ ଦେଶର 14 ହଜାର 5 ଶହ ସ୍କୁଲର ନକ୍ସା ବଦଳିବ । ଏହି ସ୍କୁଲଗୁଡିକରେ ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣ କରାଯିବ ।

Today, on #TeachersDay I am glad to announce a new initiative - the development and upgradation of 14,500 schools across India under the Pradhan Mantri Schools For Rising India (PM-SHRI) Yojana. These will become model schools which will encapsulate the full spirit of NEP.
— Narendra Modi (@narendramodi) September 5, 2022
ଆଜି ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଥିବା ଶିକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଶିକ୍ଷକଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ, ନା କେବଳ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିବାର ଅଛି ବରଂ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବାର ଦାୟିତ୍ବ ମଧ୍ୟ ଆମର । ସେମାନଙ୍କ ବ୍ୟକ୍ତିତ୍ବକୁ ସଠିକ ଭାବେ ଗଢି ତୋଳିବା ଦ୍ବାରା ଦେଶ ଉଚିତ ଦିଶାରେ ଗତି କରୁଛି ।












Click it and Unblock the Notifications