Get Updates
Get notified of breaking news, exclusive insights, and must-see stories!

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ ଦଳ ‘ ଏହା ଆମ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ଥିଲା : ବାଚସ୍ପତି ଆରୁଖ

ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବିଧାନସଭାର ସର୍ବଦଳୀୟ ବିଧାୟକ । ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବିଧାନସଭାର ସର୍ବଦଳୀୟ ବିଧାୟକ । ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବିଧାୟକ ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଏହି ଅବସରରେ ଓଡ଼ିଶା ବିଧାନସଭାରେ ମହାମହିମ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ ଉଦ୍ଦେଶ୍ୟରେ ପାରିତ ହୋଇଥିବା ସଂକଳ୍ପପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା । ବିଧାୟକମାନଙ୍କ ପକ୍ଷରୁ ବାଚସ୍ପତି ଆରୁଖ ମହାମହିମ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନପୂର୍ବକ ସମ୍ବନ୍ଧିତ କରିଥିଲେ ।

mla meet

ମହାମହିମ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସାମ୍ବିଧାନିଜ ବିଧବ୍ୟବସ୍ଥା ମୁତାଦଳ ଓଡ଼ିଶାର ବିକାଶ ପାଇଁ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତାଙ୍କ ପ୍ରତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କରି ଶୁଭେଚ୍ଛା ଓ ସହଯୋଗର ହାତ ବଢ଼ାଇଥିବାରୁ ରାଷ୍ଟ୍ରପତିଙ୍କ ମୁହଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

ରାଷ୍ଟ୍ରପତିଙ୍କ ସହ ସାକ୍ଷାତକୁ ଅତ୍ୟନ୍ତ ଅନିନ୍ଦଦାୟକ, ଗର୍ବ ଓ ଗୌରବର ଅବସର ବୋଲି ବାଚସ୍ପତି ଆରୁଖ ଉଲ୍ଲେଖ କରିଛନ୍ତି । ଏଥି ସହ ଓଡ଼ିଶାବାସୀଙ୍କ ଜନତି ପାଇଁ ରାଷ୍ଟ୍ରପତି ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଆରୁଖ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ବାଚସ୍ପତିଙ୍କ ନେତୃତ୍ଵରେ ଦିଲ୍ଲୀ ଯାଇଥିବା ଏହି ସର୍ବଦଳୀୟ କମିଟିରେ ମାନ୍ୟବର ଅର୍ଥ ଓ ସଂସଦୀୟ ବ୍ୟାପାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ , ମାନ୍ୟବର ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି , ମାନ୍ୟବର ବିରୋଧ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ , ମାନ୍ୟବର ବିରୋଧ ଦଳର ଉପନେତା ବିଷ୍ଣୁଚରଣ ସେଠୀ , କଂଗ୍ରେସ ଦଳର ମାନ୍ୟବର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାମ୍ମୁଳାଙ୍କ ସମେତ ସର୍ବଦଳୀୟ କମିଟିର ୨୪ ଜଣ ସଦସ୍ୟ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ଓ ରାଷ୍ଟ୍ରପତି ଭବନ ବୁଲି ଦେଖିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+