Get Updates
Get notified of breaking news, exclusive insights, and must-see stories!

ଧାମନଗର ଅହଂକାରର ପାପ ପଦ୍ମପୁରରେ ଧୋଇଲୁ: ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡି ପ୍ରତିଷ୍ଠା ଦିବସରେ ନିଜ ଦଳକୁ ତେରଛା ବାଣ ମାରିଛନ୍ତି ଖଣ୍ଡପଡା ବିଧାୟକ ସୌମରଞ୍ଜନ ପଟ୍ଟନାୟକ। ଧାମନଗର ଉପ ନିର୍ବାଚନରେ ଦଳକୁ ଶିକ୍ଷା ମିଳିଲା। ବାରମ୍ବାର ବାରମ୍ବାର ଜିତିବା ପରେ ଅହଂକାର ବଢ଼ି ଯାଇଥିଲା।

ପୁରୀ: ବିଜେଡି ପ୍ରତିଷ୍ଠା ଦିବସରେ ନିଜ ଦଳକୁ ତେରଛା ବାଣ ମାରିଛନ୍ତି ଖଣ୍ଡପଡା ବିଧାୟକ ସୌମରଞ୍ଜନ ପଟ୍ଟନାୟକ। ଧାମନଗର ଉପ ନିର୍ବାଚନରେ ଦଳକୁ ଶିକ୍ଷା ମିଳିଲା। ବାରମ୍ବାର ବାରମ୍ବାର ଜିତିବା ପରେ ଅହଂକାର ବଢ଼ି ଯାଇଥିଲା। ପ୍ରଭୁ ଜଗନ୍ନାଥ ଆମକୁ ଶିକ୍ଷା ଦେଲେ ବୋଲି କହିଛନ୍ତି ସୌମରଞ୍ଜନ ।

 BJD Foundation Day

ସେ କହିଛନ୍ତି, ଧାମନଗର ଯେଉଁ ପରାଜୟ ହେଲା ସେଠାରୁ ବିଜେଡିକୁ ଶିକ୍ଷା ମିଳିଲା। ମଝିରେ ମଝିରେ ଅତିବେଶି ସଫଳତା ମଣିଷକୁ ଅହଂକାରୀ କରିଦିଏ। ତୁମେ ସବୁବେଳେ ଜିତୁଛ ବୋଲି ଭାବ ନାହିଁ, ତୁମେ ଯାହା ପାରିବ ତାହା କରିବ ବୋଲି ଜଗନ୍ନାଥ ଆମକୁ ଶିକ୍ଷା ଦେଲେ। ସଫଳତାରେ ଅହଂକାର କର ନାହିଁ ବୋଲି ଧାମନଗର ପରାଜୟ ଆମକୁ ଶିକ୍ଷା ଦେଇଛି। କୃତଜ୍ଞତା ପ୍ରକାଶ କରି ପୁଣି ଆଗେଇ ଚାଲ। ଅହଂକାର ଛାଡ଼ିଲୁ ବୋଲି ପଦ୍ମପୁର ଉପନିର୍ବାଚନରେ ଜିତିଲୁ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଅନ୍ୟପଟେ ମଞ୍ଚରେ ନିଜର ବକ୍ତବ୍ୟ ରଖି କହିଛନ୍ତି, ‌ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସହିତ ଯଦି ଜାତୀୟ ଦଳମାନେ ସହମତ ହେବେ ନାହିଁ, ତେବେ ତାଙ୍କୁ ଗ୍ରହଣ କରାଯିବ ନାହିଁ। ଆମର ସମର୍ଥନ ନିଅ କିନ୍ତୁ ଆମକୁ ହକ୍ ଦିଅ। ବିଜେଡିର ଜନ୍ମ ଦିନରେ ପୁରୀ ଆସି ମଜା ମଜଲିସ ବା ପିକନିକ ପାର୍ଟି ନ କରି ଆଉ ୨୫ ବର୍ଷ ପାଇଁ ସଂକଳ୍ପ ନେବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିଶ୍ୱଗୁରୁ କରାଇବାକୁ ଚାହୁଁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶାରୁ ମନ୍ତ୍ର ନିଅନ୍ତୁ।

ସୌମ୍ୟ ଆହୁରି କହିଛନ୍ତି, ଆଜି ହେଉଛି ବିଜେଡିର ସଂକଳ୍ପର ଦିବସ। ଆସନ୍ତା ୨୫ ବର୍ଷ ଭିତରେ ଓଡ଼ିଶା ଯେପରି ସାରା ଭାରତର ସବୁଥିଲେ ଆଗରେ ରହିଥିବା। ଜଗନ୍ନାଥ ଆମକୁ ବହୁତ କିଛି ଦେଇଛନ୍ତି। ତାହା ସଦବିନିଯୋଗ କରି ବିଭିନ୍ନ କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରିବା।

ସୂଚନାଯୋଗ୍ୟ, ୧୯୯୭ ମସିହା ଡିସେମ୍ବର ୨୬ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ। ସେଥିପାଇଁ ରୌପ୍ୟ ଜୟନ୍ତୀ ସମାରୋହ ଶ୍ରୀକ୍ଷେତ୍ରରେ ପାଳନ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+