For Quick Alerts
Turn On Notification  
For Daily Alerts
Oneindia App Download

ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗିର ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗିର: ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ମୁହାଁମୁହିଁ ହେଲେ ବିଧାୟକ-ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା।

|

ବଲାଙ୍ଗିର: ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ମୁହାଁମୁହିଁ ହେଲେ ବିଧାୟକ-ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଆସୁଥିବା ଏହି ଯୋଜନାର ଅନୁଦାନ କଟାଯାଉଥିବା ଅଭିଯୋଗ ଆଣି ବିଧାୟକ ସାଲୁଜା ଜିଲ୍ଲାପାଳ ରାଣାଙ୍କ ଉପରେ ବର୍ଷିଛନ୍ତି ।

MLA Santosh Singh Saluja

ବିଧାୟକ ସାଲୁଜା ଉତକ୍ଷିପ୍ତ ହୋଇ କିଛି ସମୟ ପାଇଁ ବୈଠକରୁ ଉଠି ବାହାରକୁ ଚାଲି ଆସିଥିଲେ । ବୈଠକରେ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଓ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପାୱାରରେ ଅଛନ୍ତି ବୋଲି ଟଙ୍କା କାଟିଦେବେ ବୋଲି ସାଲୁଜା କହିଛନ୍ତି । ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଲୁଜା । ଏହା ସହିତ ପ୍ରତି ୩ ମାସରେ ଜିଲ୍ଲା ପରିଷଦ ବୈଠକ ହେବା କଥା କିନ୍ତୁ ୭ ମାସ ପରେ ବୈଠକ କରୁଛନ୍ତି । ତେବେ ଏପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
MLA Santosh Singh Saluja and Balangir District Collector Face off over Biju KBK Yojana
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X