Get Updates
Get notified of breaking news, exclusive insights, and must-see stories!

ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗିର ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗିର: ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ମୁହାଁମୁହିଁ ହେଲେ ବିଧାୟକ-ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା।

ବଲାଙ୍ଗିର: ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ମୁହାଁମୁହିଁ ହେଲେ ବିଧାୟକ-ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଆସୁଥିବା ଏହି ଯୋଜନାର ଅନୁଦାନ କଟାଯାଉଥିବା ଅଭିଯୋଗ ଆଣି ବିଧାୟକ ସାଲୁଜା ଜିଲ୍ଲାପାଳ ରାଣାଙ୍କ ଉପରେ ବର୍ଷିଛନ୍ତି ।

MLA Santosh Singh Saluja

ବିଧାୟକ ସାଲୁଜା ଉତକ୍ଷିପ୍ତ ହୋଇ କିଛି ସମୟ ପାଇଁ ବୈଠକରୁ ଉଠି ବାହାରକୁ ଚାଲି ଆସିଥିଲେ । ବୈଠକରେ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଓ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପାୱାରରେ ଅଛନ୍ତି ବୋଲି ଟଙ୍କା କାଟିଦେବେ ବୋଲି ସାଲୁଜା କହିଛନ୍ତି । ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଲୁଜା । ଏହା ସହିତ ପ୍ରତି ୩ ମାସରେ ଜିଲ୍ଲା ପରିଷଦ ବୈଠକ ହେବା କଥା କିନ୍ତୁ ୭ ମାସ ପରେ ବୈଠକ କରୁଛନ୍ତି । ତେବେ ଏପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+