ବିଜେଡ଼ିରୁ ନିଲମ୍ବନ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ବିଜେଡ଼ିରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କୁ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି।
ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କୁ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି। ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ନିଲମ୍ବନ ହେଲେ ଚିଲିକା ବିଧାୟକ ।

ବାଲୁଗାଁ ଏନଏସି ଅଫିସରେ ଆଜି ସାମ୍ନାକୁ ଆସିଥିଲା ଚିଲିକା ବିଧାୟକଙ୍କ ଦାଦାଗିରିର ଦୃଶ୍ୟ । ବିଜେପି କର୍ମୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ବାଲୁଗାଁ ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲ।। ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଥିବା ନେଇ ହୋଇଥିଲା ଅଭିଯୋଗ। ବିଜେପି ପକ୍ଷରୁ କାର୍ଯ୍ୟକ୍ରମକୁ ବିରୋଧ ବେଳେ ମାଡ ମାରଥିବା ଅଭିଯୋଗ ହୋଇଥିଲା । ଘଟଣା ବେଳେ ସୁଟିଂ କରୁଥିବା ସାମ୍ବାଦିକଙ୍କୁ ବି ଆକ୍ରମଣ ଅଭିଯୋଗ ହେଇଥିଲା ।












Click it and Unblock the Notifications