ରାଜନୀତିକୁ ଫେରିବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ
ରାଜନୀତିକୁ ଫେରିବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ।ସୋମବାର କୋଲକାତାରେ ବିଜେପିର ରାଜ୍ୟ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ 2024 ଲୋକସଭା ନିର୍ବାଚନ ପୂର୍ବରୁ ସେ ସକ୍ରିୟ ରାଜନୀତିରେ ପ୍ରତ୍ୟାବର୍ତ୍ତନ କରିବା ନେଇ ଘୋଷଣା କରିଛନ୍ତି।
କୋଲକାତା: ରାଜନୀତିକୁ ଫେରିବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ।ସୋମବାର କୋଲକାତାରେ ବିଜେପିର ରାଜ୍ୟ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ 2024 ଲୋକସଭା ନିର୍ବାଚନ ପୂର୍ବରୁ ସେ ସକ୍ରିୟ ରାଜନୀତିରେ ପ୍ରତ୍ୟାବର୍ତ୍ତନ କରିବା ନେଇ ଘୋଷଣା କରିଛନ୍ତି।

ସ୍ୱାସ୍ଥ୍ୟଗତ କାରଣରୁ ମୁଁ କିଛି ସମୟ ପାଇଁ ନିଷ୍କ୍ରିୟ ଥିଲି। କିନ୍ତୁ ମୁଁ ବର୍ତ୍ତମାନ ଫିଟ୍ ଅଛି । ତେଣୁ ମୁଁ ଆଜି କୋଲକାତା ଆସି ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ସହ ସାକ୍ଷାତ କଲି। ଦଳର ନେତୃତ୍ୱ ମୋତେ ଦେଇଥିବା ନିର୍ଦ୍ଦିଷ୍ଟ କାର୍ଯ୍ୟରେ ମୁଁ କାର୍ଯ୍ୟ କରିବି, ଯାହା ମୁଁ ବର୍ତ୍ତମାନ ପ୍ରକାଶ କରିବାକୁ ଅସମର୍ଥ ବୋଲି ସେ କହିଛନ୍ତି।
2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଫଳାଫଳ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ ତାଙ୍କ ମତରେ ବିଜେପିର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ନିକଟ ଭବିଷ୍ୟରେ ଅନେକ ଯୁଦ୍ଧ ବାକି ଅଛି ବୋଲି ସେ କହିଛନ୍ତି।
ତାଙ୍କ କହିବାନୁସାରେ,ରାଜନୀତିରେ ତାଙ୍କର ପ୍ରତ୍ୟାବର୍ତ୍ତନ କରିବା ପଛରେ ସମାଜ ପାଇଁ କିଛି ସକରାତ୍ମକ କାର୍ଯ୍ୟ କରିବାକୁ ଇଚ୍ଛା ରହିଛି । ରାଜନୀତି ଦ୍ଵାରା ମୁଁ ଲୋକଙ୍କ ସେବା କରିପାରିବି ବ୍ୟକ୍ତିଗତ ଭାବେ ମୋର ରାଜନୀତିରୁ କିଛି ଲାଭ କରିବାର ନାହିଁ ବୋଲି ସେ କହିଛନ୍ତି।












Click it and Unblock the Notifications