ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନ, ସରକାରଙ୍କ ଉପରେ ବର୍ଷିଲେ ନବୀନ
Odisha News: ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ତେଜିଲା ବିବାଦ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ କରିବା ହେଉଛି ନୂଆ ସରକାରଙ୍କ ଷଡଯନ୍ତ୍ର । ରାଜ୍ୟର ପ୍ରାୟ ୭-୦ ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ଅଛନ୍ତି । ଏପରି ସ୍ଥିତିରେ ତାଙ୍କ ଦରମା ବନ୍ଦ କରିବା ପାଇଁ ଏକ ଲଜ୍ୱାଜନକ ଘଟଣା । ଏପରି ଘଟଣାର ମୁଁ ନିନ୍ଦା କରୁଛି ।

ସୂଚନାଥାଉ ଯେ, ମିଶନ ଶକ୍ତି ମହିଳା ଓ ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ସେମାନଙ୍କ ୯ ମାସର ଦରମା ପାଇବାକୁ ଦାବି କରି ଲୋୟର ପିଏମଜି ଛକରେ ଆନ୍ଦୋଳନକୁ ଉହ୍ଲାଇଛନ୍ତି । ଯେଉଁ ପ୍ରସଙ୍ଗରେ ଆଜି ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ ପରେ ଗୃହକୁ ମୁଲତବି କରିଦେଇଥିଲେ ବାଚସ୍ପତି।












Click it and Unblock the Notifications