Get Updates
Get notified of breaking news, exclusive insights, and must-see stories!

ରାଜନୀତିରେ 'ମିଶନ ଶକ୍ତି' ମହିଳା: ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଲେ ସୁଜାତା କାର୍ତିକେୟନ ଓ ବିଜୟ ପଟ୍ଟନାୟକ

ରାଜନୀତିରେ 'ମିଶନ ଶକ୍ତି' ମହିଳାଙ୍କ ସମ୍ପୃକ୍ତି ପ୍ରସଙ୍ଗ । ମୁହାଁମୁହିଁ ହେଲେ ମିଶନ୍ ଶକ୍ତି ସଚିବ ସୁଜାତା କାର୍ତିକେୟନ ଓ କଂଗ୍ରେସ ନେତା ତଥା ପୂର୍ବତନ ଆଇଏଏସ୍ ବିଜୟ ପଟ୍ଟନାୟକ ।

Mission Shakti

ଭୁବନେଶ୍ୱର: ରାଜନୀତିରେ 'ମିଶନ ଶକ୍ତି' ମହିଳାଙ୍କ ସମ୍ପୃକ୍ତି ପ୍ରସଙ୍ଗ । ମୁହାଁମୁହିଁ ହେଲେ ମିଶନ୍ ଶକ୍ତି ସଚିବ ସୁଜାତା କାର୍ତିକେୟନ ଓ କଂଗ୍ରେସ ନେତା ତଥା ପୂର୍ବତନ ଆଇଏଏସ୍ ବିଜୟ ପଟ୍ଟନାୟକ । ମହିଳାମାନେ ରାଜନୀତିକୁ ଆସୁଛନ୍ତି, ଏହା ତାଙ୍କ ଅଧିକାର ବୋଲି ସୁଜାତା କାର୍ତିକେୟନ କହିଛନ୍ତି । ତେବେ ସୁଜାତଙ୍କ ପ୍ରତିକ୍ରିୟାକୁ ଟାର୍ଗେଟ୍ କରି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ, ସରକାରୀ ଅର୍ଥ ଅପବ୍ୟବହାର କରି ମହିଳାଙ୍କୁ ରାଜନୀତିରେ ବ୍ୟବହାର କରାଯାଉଛି ।

ଆଜି ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ ହେଇଥିଲା ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶକୁ ନେଇ ଏକ ସାମ୍ବାଦିକ ସମ୍ମଳନୀ । ସେଠାରେ ରାଜନୀତିରେ 'ମିଶନ ଶକ୍ତି' ମହିଳାଙ୍କ ସମ୍ପୃକ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ମିଶନ୍ ଶକ୍ତି ସଚିବ ସୁଜାତା କାର୍ତିକେୟନ । ସେ କହିଛନ୍ତି ଯେ, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହା ସେମାନଙ୍କ ଅଧିକାର । ମହିଳାଙ୍କୁ କହିହେବ ନାହିଁ ଯେ, ଆପଣ ବ୍ୟବସାୟ କରନ୍ତୁ । ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ ।

କହିରଖୁ କି, ରାଜ୍ୟରେ ବିରୋଧୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଯେ, ମିଶନ୍ ଶକ୍ତି ମହିଳାଙ୍କୁ ଟଙ୍କା ବାଣ୍ଟି ସରକାର ନିଜର ଭୋଟ୍ବ୍ୟାଙ୍କ ପ୍ରସ୍ତୁତ କରୁଛନ୍ତି । ଏସଏଚଜି ମହିଳାଙ୍କ ଜରିଆରେ ସରକାର ରାଜନୀତି କରୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମିଶନ ଶକ୍ତି ସଚିବ ।

ଏପଟେ ମିଶନ ଶକ୍ତି ସଚିବଙ୍କ ପ୍ରତିକ୍ରିୟାକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ପ୍ରଶାସକ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ କହିଛନ୍ତି ଯେ, ମହିଳାମାନେ ରାଜନୀତିକୁ ଆସିବାରେ ଆମର କୌଣସି ଦ୍ଵିମତ ନାହିଁ । ଆମେ ସ୍ୱାଗତ କରିବୁ । କିନ୍ତୁ ସରକାର ସେମାନଙ୍କୁ ପ୍ରଲୋଭିତ କରି ଭୋଟ ରାଜନୀତି ନିମନ୍ତେ ବ୍ୟବହାର କରିବା ଉଚିତ ନୁହେଁ । ସରକାରୀ ଅର୍ଥକୁ ବ୍ୟବହାର କରି ଏହି ରାଜନୀତି କରାଯାଉଛି । ଯାହାକୁ ଆମେ ନିଶ୍ଚିତ ବିରୋଧ କରିବୁ ।

ସରକାରୀ ଅର୍ଥରେ ସେମାନେ ରାଜନୀତି କରିପାରିବେ ନାହିଁ। ନିର୍ବାଚନ ପୂର୍ବରୁ ସେମାନେ ସରକାରଙ୍କ ତହବିଲରୁ ଟଙ୍କା ଦେବେ ଏବଂ କହିବେ ଯେ ଆମେ ସେମାନଙ୍କୁ ସଶକ୍ତ କରୁଛୁ, ତାହାର ଅର୍ଥ ହେଲା ଆପଣ ସରକାରୀ ଅର୍ଥ ସିଧା ସଳଖ ରାଜନୀତିରେ ବ୍ୟବହାର କରୁଛନ୍ତି। ଏହା ଠିକ୍ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଉଲ୍ଲେଖଥାଉ କି, ଚଳିତବର୍ଷ ବଜେଟରେ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଇଛି । ଗତବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+