Get Updates
Get notified of breaking news, exclusive insights, and must-see stories!

୫ ବର୍ଷରେ ୫ ହଜାର କୋଟି ଟଙ୍କାର କାରବାର ଲକ୍ଷ୍ୟ ରଖିଛି ମିଶନ ଶକ୍ତି: ସୁଜାତା କାର୍ତ୍ତିକେୟନ

ମିଶନ୍ ଶକ୍ତି କହିଲେ ବଡ଼ି, ପାମ୍ପଡ ଆଚାର ନୁହେଁ.. ମିଶନ ଶକ୍ତି ରାଜ୍ୟରେ ଏକ ବିପ୍ଲବ । ଏମିତି କୌଣସି ସହର, ବ୍ଲକ, ପଞ୍ଚାୟତ, ଗାଁ ନାହିଁ । ଯେଉଁଠି ମିଶନ ଶକ୍ତିର ସଦସ୍ୟା ନାହାଁନ୍ତି । ସାରା ରାଜ୍ୟରେ ମିଶନ ଶକ୍ତି ସଦସ୍ୟା ମାନେ ସକ୍ରିୟ ରହିଛନ୍ତି । ପ୍ରତି

ଭୁବନେଶ୍ୱର: ମିଶନ୍ ଶକ୍ତି କହିଲେ ବଡ଼ି, ପାମ୍ପଡ ଆଚାର ନୁହେଁ.. ମିଶନ ଶକ୍ତି ରାଜ୍ୟରେ ଏକ ବିପ୍ଲବ । ଏମିତି କୌଣସି ସହର, ବ୍ଲକ, ପଞ୍ଚାୟତ, ଗାଁ ନାହିଁ । ଯେଉଁଠି ମିଶନ ଶକ୍ତିର ସଦସ୍ୟା ନାହାଁନ୍ତି । ସାରା ରାଜ୍ୟରେ ମିଶନ ଶକ୍ତି ସଦସ୍ୟା ମାନେ ସକ୍ରିୟ ରହିଛନ୍ତି । କେନ୍ଦୁଝରରୁ ମାଲକାନଗିରି, ମୟୁରଭଞ୍ଜରୁ ଗଞ୍ଜାମ ସବୁଠି ଅଛନ୍ତି ମିଶନ ଶକ୍ତି ସଦସ୍ୟା । ପ୍ରତି ପରିବାରରେ ମିଶନ ସଦସ୍ୟା ଅଛନ୍ତି କହିଲେ ଭୁଲ ହେବନାହିଁ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

Sujata Karthikeyan

ଦିନ ଥିଲା ମହିଳାମାନେ କାହାର ଝିଅ, କାହାର ଭଉଣୀ, କାହାର ପତ୍ନୀ ଏବଂ କାହାର ମାଆ ପରିଚୟରେ ପରିଚିତି ପାଉଥିଲେ। ମାତ୍ର ସାମ୍ପ୍ରତିକ ସମୟରେ ରାଜ୍ୟର ମହିଳାମାନେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ପଛରେ ରହିଛି 'ମିଶନ ଶକ୍ତି'ର ଗୁରୁତ୍ୱପୂର୍ଣ୍ଣ ଭୂମିକା। ୨୦୦୧ ମାର୍ଚ୍ଚ ୮ ତାରିଖରେ ରୋପଣ ହୋଇଥିବା ଏହି କ୍ଷୁଦ୍ର ଚାରା ଏବେ ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି । ଏହାର ସଫଳତା ଏବେ ଆକାଶଛୁଆଁ ହୋଇଛି । ନେଟୱର୍କ୧୮ ଓଡ଼ିଆ ଦ୍ୱାରା ଆୟୋଜିତ 'ଆତ୍ମ ନିର୍ଭର ଓଡ଼ିଶା'- 'ବିଜନେସ୍ ଲିଡରସିପ୍ ଆୱାର୍ଡ'ରେ ଏହା କହିଛନ୍ତି ରାଜ୍ୟ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର.କାର୍ତ୍ତିକେୟନ। ଏହି ଅବସରରେ ସେ ସଫଳ ମହିଳା ଉଦ୍ୟୋଗୀ ଓ ଏସଏଚଜିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମିଶନ ଶକ୍ତିର ୭୦ ଲକ୍ଷ ସଦସ୍ୟଙ୍କ ପ୍ରତିନିଧିତ୍ଵ କରୁଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ସୁଜାତା କାର୍ତ୍ତିକେୟନ ଏହି ଅବସରରେ କହିଥିଲେ।

ସେ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟ କରୁଛି। ମାତ୍ର ସମ୍ପୃକ୍ତ ରାଜ୍ୟ ତଥା ଦେଶ ପାଇଁ 'ମିଶନ ଶକ୍ତି' କେବଳ ଏକ ଯୋଜନା । ଏ କ୍ଷେତ୍ରରେ ଓଡ଼ିଶା ଭିନ୍ନ, ଏଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ଭାବରେ ଗଠିତ ମିଶନଶକ୍ତି ବିଭାଗ ଗଠନ ହୋଇଛି। ଏହି ବିଭାଗ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଗଦର୍ଶନ ଏବଂ ପ୍ରଶାସନିକ ସହାୟତା ବିଭାଗକୁ ଆହୁରି ଶକ୍ତିଶାଳୀ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମିଶନ ଶକ୍ତି ତଥା ମା' ମାନଙ୍କ କାର୍ଯ୍ୟ ବଡ଼ି, ପାମ୍ପଡ ଓ ଆଚାରରେ ସୀମିତ ବୋଲି ମନେ କରାଯାଉଥିଲା। ଏବେ ଏମିତି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ମିଶନ୍ ଶକ୍ତି ମା'ମାନଙ୍କ ସକ୍ରିୟ ଅଂଶଗ୍ରହଣ ରହିନାହିଁ। ପ୍ରତି ଗାଁ, ପଡ଼ା, ପଞ୍ଚାୟତ ଓ ପୁରପଲ୍ଲୀରେ ଜଣେ ଏସ୍ଏଚ୍ଜି ସହାୟିକାଙ୍କୁ ଦେଖିବାକୁ ମିଳୁଛି। ପ୍ରତ୍ୟେକ ପରିବାରରେ ମିଶନଶକ୍ତିର ସଦସ୍ୟା ଅଛନ୍ତି। ମୟୂରଭଞ୍ଜ, କେନ୍ଦୁଝର ଜଙ୍ଗଲ, ଗଞ୍ଜାମର ଆଭ୍ୟନ୍ତର, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ କିମ୍ବା ସୁନ୍ଦରଗଡ଼ର କୋଇଡ଼ା ବ୍ଲକ ଅଞ୍ଚଳରେ ଏସଏଚଜିର ଉପସ୍ଥିତି ରହିଛି । ଏକଦା ଘରେ ରହୁଥିବା ମହିଳାମାନେ ଏବେ ମିଶନଶକ୍ତି ଆନ୍ଦୋଳନର ସ୍ୱର ପାଲଟିଛନ୍ତି ଓ ଅନ୍ୟମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଉଛନ୍ତି ବୋଲି ଶ୍ରୀମତୀ କାର୍ତିକେୟନ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+