Get Updates
Get notified of breaking news, exclusive insights, and must-see stories!

'ପରୀ ନ୍ୟାୟ ପାଉ ସତ୍ୟ ଉନ୍ମୋଚନ ହେଉ' : ମୁହଁ ଖୋଲିଲେ ଅରୁଣ ସାହୁ

ନୟାଗଡ଼ ପରୀ ହତ୍ଯା କାଣ୍ଡକୁ ନେଇ ବିଧାନସଭା ଗୃହ ଭିତରେ ଓ ବାହାରେ ତୁମ୍ବିତୋଫାନ୍ ହେବା ପରେ ଶେଷରେ ଏନେଇ ବିବୃତି ରଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ଯା କାଣ୍ଡକୁ ନେଇ ବିଧାନସଭା ଗୃହ ଭିତରେ ଓ ବାହାରେ ତୁମ୍ବିତୋଫାନ୍ ହେବା ପରେ ଶେଷରେ ଏନେଇ ବିବୃତି ରଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ."ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏହି ଘଟଣାରେ ମୁଁ ଗଭୀର ମର୍ମାହତ । ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ । ମୋର ରାଜନୈତିକ ଜୀବନରେ ମୁଁ ହିଂସାର ଘୋର ବିରୋଧୀ । ରାଜ୍ୟ ସରକାର ଯେଉଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତାକୁ ମୁଁ ସ୍ୱାଗତ କରୁଛି ।

ଅରୁଣ ସାହୁ

ଏଥିସହ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ମୁଁ ଦୃଢ ବିଶ୍ୱାସ । ଏଥିରେ ଯିଏ ବି ଜଡ଼ିତ ହେଇଥାଉ ତାକୁ ଦଣ୍ଡିତ କରିବା ଦରକାର । ମୋର ଅନୁରୋଧ ଏହାକୁ ରାଜନୀତିକରଣ ନକରି ବରଂ ପରୀ ନ୍ୟାୟ ପାଇବା ପାଇଁ ଦାବି ରଖିବା ଉଚିତ୍ ।" ଶେଷରେ ସେ କହିଛନ୍ତି "ପରୀ ନ୍ୟାୟ ପାଉ ସତ୍ୟ ଉନ୍ମୋଚନ ହେଉ" । ସୂଚନାଥାଉକି, ଅରୁଣ ସାହୁଙ୍କ ବିବୃତି ସମୟରେ ମଧ୍ୟ ଗୃହରେ ହୋହାଲ୍ଲା ଜାରି ରହିଥିଲା । ଏଥିପାଇଁ ବାଚସ୍ପତି ଗୃହକୁ ଆସନ୍ତା କାଲି ଯାଏଁ ମୁଲତବି ରଖିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+