କୋଟିଏ ଟଙ୍କାର ସମ୍ପତ୍ତି ଦାନ କରିଥିଲେ, ଏବେ ବିଜେଡିରେ ମିଶିଲେ

ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

କଟକ: ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ । ତେବେ କଟକ ସୂତାହାଟ ଅଞ୍ଚଳର ମିନତୀ ପଟ୍ଟନାୟକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାଁରେ ଲେଖିଦେଇ ଚର୍ଚ୍ଚାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ।

Minati Patnaik

ମିନତୀ ଜଣେ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ରୋଗରେ ସ୍ୱାମୀଙ୍କ ଦେହାନ୍ତ ଘଟିଥିଲା । ସେପଟେ ମିନତୀଙ୍କ ସେବା କରିଆସୁଥିବା ଜଣେ ରିକ୍ସା ଚାଲକଙ୍କୁ ତାଙ୍କର ସମସ୍ତ ସମ୍ପତ୍ତି ହସ୍ତାନ୍ତର କରିଥିଲେ। ଯାହା ସେ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

୨୦୨୦ ମସିହାରେ ସ୍ୱାମୀ କୃଷ୍ଣ କୁମାର ପଟ୍ଟନାୟକଙ୍କ ଦେହାନ୍ତ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ଝିଅ କୋମଲର ଦୃହଘାତରେ ମୃତ୍ୟୁ ଘଟିଲା । ଝିଅର ମୃତ୍ୟୁ ପରେ ମୀନତି ଭାଙ୍ଗିବା ପଡିବା ସହ ଏକା ହୋଇଗଲେ । ବନ୍ଧୁ ବାନ୍ଧବ, ନିକଟ ସମ୍ପର୍କୀୟଙ୍କ ଠାରୁ ଯେଉଁ ଶ୍ରଦ୍ଧା, ଭରସା, ସମବେଦନା ଆଶା କରୁଥିଲେ ତାହା ପାଇଲେ ନାହିଁ । ଜୀବନର ସବୁଠାରୁ କଠିନ ସମୟରେ ଆପଣାର ଲୋକ ପାଖରେ ଠିଆ ହେଲେ ନାହିଁ । ଶେଷରେ ଏହି ରିକ୍ସା ଚାଳକ ଜଣଙ୍କ ମିନତୀଙ୍କ ପାଖରେ ଠିଆ ହୋଇଥିଲେ । ପଟ୍ଟନାୟକ ପରିବାର ସହ ରିକ୍ସା ଚାଳକ ଜଣଙ୍କ ଦୀର୍ଘ ବର୍ଷର ସମ୍ପର୍କ ରହିଥିଲା । ଘରର ବୋଲ ହାକ କରନ୍ତି ରିକ୍ସା ଚାଳକ ଜଣଙ୍କ ।

ପରେ ସମସ୍ତଙ୍କ ପରାମର୍ଶ ପରେ ନିଜ ନାମରେ ଥିବା ପ୍ରାୟ ୧ ଗୁଣ୍ଠ ଜମି, ୩ମହଲା ଘର, ଅନ୍ୟାନ ସମ୍ପତ୍ତି ରିକ୍ସା ଚାଳକ ଜଣଙ୍କ ନାଁରେ ଲେଖିଦେଲେ ମୀନତି । ଓକିଲଙ୍କ ଉପସ୍ଥିତିରେ ରିକ୍ସା ଚାଳକ ଜଣଙ୍କୁ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+