ମେହବୁବା ମୁଫତିଙ୍କ ଟାର୍ଗେଟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ରାଷ୍ଟ୍ରପତି ଭାବେ କାର୍ଯ୍ୟ ପୂରଣ କରିବାର ମାତ୍ର କିଛି ମିନିଟ ପରେ ରାମନାଥ କୋବିନ୍ଦଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ନୂଆ ରାଷ୍ଟ୍ରପତିଙ୍କ ଆଗମନ ସହ ରାଷ୍ଟ୍ର୍ରପତି ଭବନରୁ ବିଦାୟ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ କାର୍ଯ୍ୟ ପୂରଣ କରିବାର ମାତ୍ର କିଛି ମିନିଟ ପରେ ରାମନାଥ କୋବିନ୍ଦଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ନୂଆ ରାଷ୍ଟ୍ରପତିଙ୍କ ଆଗମନ ସହ ରାଷ୍ଟ୍ର୍ରପତି ଭବନରୁ ବିଦାୟ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ପଦ ଛାଡିବା କ୍ଷଣି ତାଙ୍କୁ ଟାର୍ଗେଟ କହିଛନ୍ତି ମୁଫତି ।

କୋବିନ୍ଦ ଏପରି ଏକ ପୃଷ୍ଠଭୂମି ଛାଡିଯାଇଛନ୍ତି ଯେଉଁଠି ଭାରତୀୟ ସମ୍ବିଧାନକୁ ଅନେକଥର ଆଘାତ କରାଯାଇଛି । ଭାରତୀୟ ସମ୍ବିଧାନକୁ କ୍ଷତି ପହଞ୍ଚାଇ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜେପିର ରାଜନୀତିକ ଏଜେଣ୍ଡାକୁ ପୂରଣ କରିଥିବା ସେ ଅଭିଯୋଗ କରିଛନ୍ତି।
ମୁଫତି ଟ୍ୱିଟ୍ କରି କହିଛନ୍ତି ଯେ, ଧାରା ୩୭୦ ହେଉ ବା ନାଗରିକ ଆଇନ ହେଉ ଅବା ସଂଖ୍ୟାଲଘୁ ବା ଦଳିତଙ୍କୁ ଟାର୍ଗେଟ କରିବା ହେଉ ଏ ସବୁ ପ୍ରସଙ୍ଗରେ ରାମନାଥ ବିଜେପି ସପକ୍ଷରେ ଯାଇ ଦଳର ରାଜନୈତିକ ଲକ୍ଷ୍ୟକୁ ପୂରଣ କରିବାରେ ସହଯୋଗ କରିଛନ୍ତି ।
ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ମଧ୍ୟ ମୁଫତି ବିରୋଧ କରିଥିଲେ। ସେ ଗୋଟିଏ ଭିଡିଓ ଜାରି କରି କହିଥିଲେ ଯେ "ଜମ୍ମୁ-କଶ୍ମୀର ପ୍ରଶାସନ ଯେଉଁଭଳି ଭାବେ ଶିକ୍ଷାର୍ଥୀ, ଦୋକାନୀ ଓ କର୍ମଚାରୀମାନଙ୍କୁ ତ୍ରିରଙ୍ଗା ଲଗାଇବାକୁ ବାଧ୍ୟ କରୁଛି, ସେଥିରୁ ଲାଗୁଛି ଯେ ଜମ୍ମୁ-କଶ୍ମୀର ଗୋଟିଏ ଶତ୍ରୁ ଦେଶ ଓ ଏହାକୁ କବଜା କରିବାକୁ ଉଦ୍ୟମ କରାଯାଉଛି। ଦେଶଭକ୍ତି ଆପେ ଆପେ ଆସେ, ଏହାକୁ ବାଧ୍ୟ କରି କେହି ଲାଗୁ କରିପାରିବେ ନାହିଁ।"












Click it and Unblock the Notifications