ମେଘାଳୟରେ କିଏ ଗଢିବ ସରକାର, ସାଂଗମାଙ୍କ ସହ ମେଣ୍ଟ ପାଇଁ ବିଜେପି, ଟିଏମସି ଏବଂ କଂଗ୍ରେସ ଆଗ୍ରହୀ
ତ୍ରିପୁରା ଏବଂ ନାଗାଲାଣ୍ତରେ ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇ ସାରିଛି । ହେଲେ ମେଘାଳୟ ସ୍ଥିତିକୁ ନେଇ ବର୍ତ୍ତମାନ ମଧ୍ୟ ଦ୍ୱନ୍ଦ ଲାଗି ରହିଛି । ସାଂଗମାଙ୍କ ସହ ମେଣ୍ଟ ପାଇଁ ବିଜେପି, ଟିଏମସି ଏବଂ କଂଗ୍ରେସ ଆଗ୍ରହୀ ଅଛନ୍ତି ଏପରି ସ୍ଥିତିରେ ସରଗରମ ହୋଇଛି ।

ସିଲିଂ: ତ୍ରିପୁରା ଏବଂ ନାଗାଲାଣ୍ତରେ ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇ ସାରିଛି । ହେଲେ ମେଘାଳୟ ସ୍ଥିତିକୁ ନେଇ ବର୍ତ୍ତମାନ ମଧ୍ୟ ଦ୍ୱନ୍ଦ ଲାଗି ରହିଛି । ସାଂଗମାଙ୍କ ସହ ମେଣ୍ଟ ପାଇଁ ବିଜେପି, ଟିଏମସି ଏବଂ କଂଗ୍ରେସ ଆଗ୍ରହୀ ଅଛନ୍ତି ଏପରି ସ୍ଥିତିରେ ସରଗରମ ହୋଇଛି ରାଜ୍ୟର ରାଜନୈତିକ ପାଣିପାଗ ।
ମେଘାଳୟର ମୁଖ୍ୟମନ୍ତ୍ରୀ ସାଙ୍ଗମାଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହା ଫୋନରେ କଥା ହୋଇଥିବା ନେଇ ସୂଚନା ରହିଛି । ମେଘାଳୟର ମୁଖ୍ୟମନ୍ତ୍ରୀ ଏକ ନୂତନ ସରକାର ଗଠନ ପାଇଁ ବିଜେପିର ସମର୍ଥନ ଲୋଡିଛନ୍ତି । ଏନେଇ ଆସାମ ସିଏମ ହେମନ୍ତ ବିଶ୍ୱ ସର୍ମା ସୂଚନା ଦେଇଛନ୍ତି ।
59 ଟି ବିଧାନସଭା ଆସନ ଯେଉଁଥିରେ ଭୋଟ୍ ଦିଆଯାଇଛି। ଏଥିରେ ଭୋଟ୍ ଗଣନା ପର୍ଯ୍ୟନ୍ତ ଏହି ଦଳ 20 ଟି ସିଟ୍ ଜିତିଛି ଏବଂ ଏହା 5 ଟି ଆସନରେ ଆଗୁଆ ରହିଛି। ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି) ଦ୍ୱିତୀୟ ସ୍ଥାନରେ ରହିଛି। ଯାହା 11 ଟି ସିଟ୍ ଜିତିଛି । କଂଗ୍ରେସ
5 ଟି ଆସନ ଜିତିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ମାତ୍ର 2 ଟି ସିଟ୍ ଜିତିବାରେ ସକ୍ଷମ ହୋଇଛି ଏବଂ 1 ଟି ଆସନରେ ଆଗୁଆ ରହିଛି। ଏଭଳି ପରିସ୍ଥିତିରେ ବିଜେପି ନିଜେ ସରକାର ଗଠନ କରିବାର ସମ୍ଭାବନା କମ୍ । ଟିଏମସି 4 ଟି ସିଟ୍ ଜିତିଥିବାବେଳେ 1 ରେ ଆଗୁଆ ରହିଛି ହିଲ୍ ଷ୍ଟେଟ୍ ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି 2 ଟି ସିଟ୍, ସ୍ୱାଧିନ 2, ପିଡିଏଫ୍ 2 ଏବଂ ଭଏସ୍ ଅଫ୍ ପିପୁଲ୍ସ ପାର୍ଟି 2 ଟି ସିଟ୍ ଜିତିଛି ।
ବର୍ତ୍ତମାନ ବିଜେପି ଏବଂ ଟିଏମସି ଏପପିପି ସହ ମେଣ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛି । ବର୍ତ୍ତମାନ ସ୍ଥିତି ଦେଖି ଆଶା କରାଯାଉଛି ଯେ ଏଥର ପୁଣି ବିଜେପି ଏବଂ ଏନପିପି ମେଣ୍ଟ ହୋଇପାରେ ।












Click it and Unblock the Notifications