ଦିଲ୍ଲୀ ଏମସିଡି ଦଖଲ କଲା ଆପ: ହେଲେ କମିଲା ଭୋଟ ପ୍ରତିଶତ, ଗତଥର ତୁଳନାରେ ୧୨% କମ
ଦିଲ୍ଲୀ ଏମସିଡି ଦଖଲ କଲା ଆପ: ହେଲେ କମିଲା ଭୋଟ ପ୍ରତିଶତ, ଗତଥର ତୁଳନାରେ ୧୨% କମ
ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ଦଖଲ କଲା ଆପ। ୧୫ ବର୍ଷ ପରେ ବିଜେପି ହାତରୁ ଗଲା ଏମସିଡି। ବହୁମତରେ ଜିତି ଏମସିଡିକୁ କବଜା କଲା। ମୋଟ ୨୫୦ଟି ୱାର୍ଡରୁ ୧୩୪ଟି ସିଟ୍ ଜିତିଲା ଦଳ। ବିଜୟ ପାଇଁ ଜନତାକୁ ଶ୍ରେୟ ଦେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ ସୁପ୍ରିମ ଅରବିନ୍ଦ କେଜ୍ରିୱାଲ। ମାତ୍ର ଆପର ଭୋଟିଂ ପ୍ରତିଶତ କମିଛି। ୨୦୨୦ ବିଧାନସଭା ନିର୍ବାଚନରେ ଆପ ୫୩.୭୫ ପ୍ରତିଶତ ଭୋଟ୍ ପାଇଥିବାବେଳେ ଏମସିଡିରେ ଦଳ ମାତ୍ର ୪୨ ପ୍ରତିଶତ ଭୋଟ ପାଇଛି ।

ହଠାତ୍ ୧୨ ପ୍ରତିଶତ ଭୋଟ କମିବା ଆପ ପାଇଁ ଆଗକୁ ଘାତକ ହୋଇପାରେ। ଆସନ୍ତା ଲୋକସଭା ନିର୍ବାଚନରେ ଏହା ପ୍ରଭାବ ପକାଇପାରେ। ତେବେ ଏହି ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ହୋଇଛି। ବିଜେପିର ଭୋଟ୍ ପ୍ରାୟ ୩ ପ୍ରତିଶତ ବୃଦ୍ଧି ପାଇଛି ।
କିଛି ବରିଷ୍ଠ ଆପ ନେତାଙ୍କ ଅଞ୍ଚଳରୁ ବି ସେତେ ଭଲ ପ୍ରଦର୍ଶନ କରି ପାରିନି ଦଳ। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜେନା, ଗୋପାଳ ରାୟ ଆଦି ନେତାମାନେ ଫେଲ ମାରିଛନ୍ତି। ତେବେ ଅଧିକ ୱାର୍ଡରେ ବିଜୟ ହାସଲ କରିଛି ଆପ । ୨୦୧୭ରେ ଦଳ ୪୮ଟି ସିଟରେ ଜିତିଥିବ ବେଳେ ଚଳିତ ଥର ୧୩୪ଟି ୱାର୍ଡ କବାଜ କରିଛି। ସେହିପରି ବିଜେପି ଗତଥର ୧୮୧ ଟି ସିଟ୍ ଜିତିଥିବା ବେଳେ ଦଳ ଏଥର ୧୦୪ଟି ଆସନ ଜିତିଛି।












Click it and Unblock the Notifications