Get Updates
Get notified of breaking news, exclusive insights, and must-see stories!

'ଇଣ୍ଡିଆ' ବନାମ 'ଭାରତ': କାହା ପାଖକୁ ଯିବ ହାତୀ; ଦେଖନ୍ତୁ, କଣ କହିଲେ ମାୟାବତୀ ?

ଲକ୍ଷ୍ନୌ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳ ନିଜର ଗଠବନ୍ଧନକୁ ସଜାଡ଼ିବାରେ ଲାଗିଛନ୍ତି । ଉଭୟ ପାର୍ଶ୍ୱରେ ରାଜନୈତିକ ଦଳମାନେ ସାମିଲ ହେଉଛନ୍ତି । ମାତ୍ର ଜାତୀୟ ରାଜନୀତିରେ ବଡ ସ୍ଥାନ ପାଇଥିବା ବହୁଜନ ସମାଜ ପାର୍ଟି (ବିଏସପି)ର ମୁଖ୍ୟ ମାୟାବତୀ ଏହି ଯୁଦ୍ଧରେ ଏକୁଟିଆ ରହିଛନ୍ତି । ବୁଧବାର ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମାୟାବତୀ ।

ମାୟାବତୀ କହିଛନ୍ତି କି ଆଗାମୀ ଲୋକସଭା ନିର୍ବାଚନ ଓ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ସେ କୌଣସି ଦଳ ସହ ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢିବେ । ବିରୋଧୀ ମେଣ୍ଟ ଉପରେ ଅଭିଯୋଗ ଆଣି ମାୟାବତୀ କହିଛନ୍ତି କି, କେବଳ କ୍ଷମତା ହାସଲ କରିବାକୁ ବିରୋଧୀ ଦଳମାନେ ମେଣ୍ଟ କରିଛନ୍ତି । ନ ହେଲେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ।

Mayawati BSP

ଅନ୍ୟପଟେ ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ସମାପ୍ତ ହେବାର ଗୋଟିଏ ଦିନ ପରେ ମାୟାବତୀ ଅଭିଯୋଗ କରିଛନ୍ତି କଂଗ୍ରେସ ଜାତିଆଣ ଦଳ ସହ ଏକ ମେଣ୍ଟ କରିଛି । ମାୟାବତୀ କହିଛନ୍ତି କି କ୍ଷମତାରୁ ବାହାର ହେବା ପରେ କଂଗ୍ରେସର ପଛୁଆ ଓ ଦଳିତଙ୍କ କଥା ମନେ ପଡୁଛି । ଏବେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଜାତିବାଦ ଦଳ ଓ ପୁଞ୍ଜିବାଦ ଶକ୍ତି ସହ ମେଣ୍ଟ କରିବାକୁ ଆଗ୍ରହ ଦେଖାଉଛି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି ।

ତେବେ ମାୟାବତୀ କହିଛନ୍ତି କି, ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଏହି ତିନୋଟି ରାଜ୍ୟରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ଚାଲିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+