ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ; ୧୫ ବର୍ଷ ପରେ ପୁଣି ମେଣ୍ଟ ସରକାର !

ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ । ଆଜିର ୨ଟି ଘଟଣାକ୍ରମ ନେଇ ବଢ଼ିଲା ମେଣ୍ଟ ସମ୍ଭାବନା । ଆଜି ଅପରାହ୍ନରେ ନବୀନ ନିବାସରେ ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି । ସେପଟେ ଦିଲ୍ଲୀରେ ବି ରାଜ୍ୟ ବିଜେପି ନେତାଙ୍କୁ ନେଇ ବୈଠକ ଚାଲିଛି ।

୧୫ ବର୍ଷ ପରେ ପୁଣି ମେଣ୍ଟ ! ୧୫ ବର୍ଷ ପରେ ବିଜେଡି-ବିଜେପି ଭିତରେ ପୁଣି ହୋଇପାରେ ମେଣ୍ଟ । ୧୫ ବର୍ଷ ତଳେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା ବିଜେଡି । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିଲା। ମେଣ୍ଟ ଭାଙ୍ଗିବା ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର କରିଥିଲେ।

BJD BJP alliance

୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ ଉଭୟ। ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ୍‌ ବାଣ୍ଟି ନେଇଥିଲେ । ବିଜେଡିକୁ ୮୪ ବିଧାନସଭା ଓ ୧୨ ଲୋକସଭା ସିଟ୍‌ ଛାଡ଼ିଥିଲା ବିଜେପି। ବିଜେପିକୁ ୬୩ ବିଧାନସଭା ଓ ୯ ଲୋକସଭା ସିଟ୍‌ ଛାଡ଼ିଥିଲା ବିଜେଡି।

ବିଜେଡ଼ିର ବରିଷ୍ଠନେତାଙ୍କୁ ଆଜି ନବୀନ ନିବାସକୁ ଡାକରା ଆସିଛି । ଅପରାହ୍ନ ସାଢେ 3ଟା ସମୟରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଆସନ୍ତା 2024 ସାଧାରଣ ନିବାର୍ଚନକୁ ନେଇ ବୈଠକରେ ଆଲୋଚନା ହେଇପାରେ ବୋଲି ସୂଚନା ରହିଛି ।

ଏହି ବୈଠକରେ କଣ ଆଲୋଚନା ହେବ ସେନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । କିନ୍ତୁ ନିବାର୍ଚନ ସଂକ୍ରାନ୍ତରେ ଦଳର ନେତାଙ୍କ ସହ ବିଜେଡି ସୁପ୍ରିମୋ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି ।

ସେପଟେ 2024 ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ କରିବ ବିଜେପି । ଏ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ଆସିଛି । ଏହା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି ।

ଆଜି ସନ୍ଧ୍ୟାରେ ଦିଲ୍ଲୀରେ କେନ୍ଦ୍ର ନେତୃତ୍ୱଙ୍କ ସହ ବୈଠକ ହେବ । ନିର୍ବାଚନରେ ରାଜ୍ୟ ବିଜେପିର ଆଭିମୁଖ୍ୟ କଣ ରହିବ, ଦଳ କିପରି ନିର୍ବାଚନ ଲଢିବ ସେ ନେଇ ଆଲୋଚନା ହେବ । ଏହି ବୈଠକରେ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ, କୋର କମିଟି ସଦସ୍ୟ ଉପସ୍ଥିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+