ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ମନମୋହନ ମନ୍ତବ୍ୟ; କହିଲେ ବିଜେଡି ସରକାର ଯାଉଛି
ବିଜେଡି ସରକାର ଯାଉଛି ବୋଲି କହିଲେ ମନମୋହନ ସାମଲ। ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ମନମୋହନ ମନ୍ତବ୍ୟ ରଖିଛନ୍ତି। ରାଜ୍ୟରେ ସରକାର ବଦଳୁଛି, ବିଜେଡି ସରକାର ଯାଉଛି ବୋଲି ସେ କହିଛନ୍ତି। ବିଜେଡି ସରକାର ଯାଉଛି, ବିଜେପି ସରକାର ଆସୁଛି ବୋଲି ସେ କହିଛନ୍ତି । ଆପଣଙ୍କ ସହଯୋଗ ଭୁଲିବୁନି ବୋଲି ନବାଗତଙ୍କୁ କହିଲେ ସଭାପତି।
ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଲେ ଅନୁଭବ । ବିଜେଡିକୁ ଏକାଦିନେ ଅଲ୍ବିଦା କଲେ ଦୁଇ ସିନେ ଷ୍ଟାର । ସିନେ ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଇସ୍ତଫା ଦେଲେ । ଚକଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡ଼ିଲେ ।

ଦୁଇ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ିଥିଲେ। ଷ୍ଟାଇଲିସ୍ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡ଼ିଥିଲେ ।
ବିଜେପିରେ ମିଶିଲେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ମିଶ୍ର ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ପଦ୍ମ ଧରିଛନ୍ତି ।












Click it and Unblock the Notifications