ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ: ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରେସମିଟ୍ । ପ୍ରେସମିଟ୍ରେ ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ ।'କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ । ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି ।
ବିରୋଧୀଙ୍କ ଆଚରଣ, ଉଚ୍ଚାରଣ ଠିକ୍ ନୁହେଁ। ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ ।

ସୂଚନା ଥାଉ କି, ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣାକୁ ଗାଁ ଗଣ୍ଡାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରାଉ କରିଛି।
କଂଗ୍ରେସ ଭବନଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭକ୍ତ କହିଥିଲେ, ସରକାର କିଭଳି ପୋଲିସକୁ ହାତବାରିସୀ କରି ବିରୋଧୀଙ୍କ ଉପରେ ଦମନ ନୀତି ଚଳାଇଛନ୍ତି ତା'ର ନମୁନା ବିଧାନସଭାରେ ଦେଖିବାକୁ ମିଳିଛି। ମହିଳାଙ୍କୁ ସୁରକ୍ଷା ଦେବ କହି କ୍ଷମତାସୀନ ହେବା ପରେ ଭାଜପା ତା'ର ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛି। ସବୁ ନିୟମକାନୁନ୍କୁ ଜଳାଞ୍ଜଳି ଦେଇଛି। ୧୪ ସଦସ୍ୟଙ୍କୁ ନିଲମ୍ବନ କରିବା ଏବଂ ସେମାନଙ୍କୁ ମାଡ଼ମାରି କ୍ଷତାକ୍ତ କରିବା ଏହାର ସଦ୍ୟ ଉଦାହରଣ। ଏହାଦ୍ୱାରା ବିଧାନସଭା ଇତିହାସରେ କଙ୍କଳିତ ଇତିହାସ ସୃଷ୍ଟି ହୋଇଛି। ଏସବୁକୁ ରାଜ୍ୟବାସୀ ଦେଖୁଛନ୍ତି। ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବେ ବୋଲି ଭକ୍ତ କହିଛନ୍ତି। ସେ କହିଥିଲେ, କଂଗ୍ରେସ ସବୁବେଳେ ଲୋକଙ୍କ ପାଇଁ ସ୍ବର ଉଠାଇ ଆସିଛି। ହେଲେ ଏବେ ମହିଳାଙ୍କ ପ୍ରସଙ୍ଗରେ ସ୍ବର ଉଠାଇବାରୁ ସରକାର ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି। ଅଗଣତାନ୍ତ୍ରିକ ଉପାୟରେ ବିରୋଧୀଙ୍କ ସ୍ବରକୁ ଚାପିବା ପାଇଁ ଉଦ୍ୟମ କରୁଛନ୍ତି। ସରକାର ଯେଉଁ ଗୁଣ୍ଡାରାଜ୍ ଚଳାଇଛନ୍ତି ତା'ର ଦୃଢ଼ ଜବାବ ଦିଆଯିବ ବୋଲି ଭକ୍ତ କହିଛନ୍ତି।












Click it and Unblock the Notifications