ବ୍ରହ୍ମପୁର ପାଇଁ କଂଗ୍ରେସ ମେୟର ପ୍ରାର୍ଥୀ ହେଲେ ମଞ୍ଜୁ ରଥ

ମଞ୍ଜୁ ରଥଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ଆଜି ସେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ।

ବ୍ରହ୍ମପୁର: ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ । ତେବେ ଶେଷ ଦିନରେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ଆଜି ସେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ।

 Odisha Municipal Election

ତେବେ ପୂର୍ବରୁ ବିଜେଡି ଓ ବିଜେପି ତାଙ୍କ ମେୟର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜେଡି ପକ୍ଷରୁ ସଙ୍ଘମିତ୍ରା ଦଳେଇ ଏବଂ ବିଜେପି ପକ୍ଷରୁ ସବିତା ସ୍ୱର ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇଛି। ତେବେ କଂଗ୍ରେସ କିନ୍ତୁ ପ୍ରାର୍ଥୀ ଘୋଷଣା କରିନଥିଲା। କାହାକୁ କଂଗ୍ରେସ ପ୍ରାର୍ଥୀ କରିବ ତାକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା। ଆଜି କଂଗ୍ରେସ ସବୁ ସସ୍‌ପେନ୍ସ ଉପରୁ ପରଦା ହଟାଇ ରବି ରଥଙ୍କ ସ୍ତ୍ରୀ ମଞ୍ଜୁ ରଥଙ୍କୁ ବ୍ରହ୍ମପୁର ପାଇଁ ମେୟର ପାର୍ଥୀ ଘୋଷଣା କରିଛି।

ସୂଚନା ମୁତାବକ, ଆସନ୍ତା ୨୪ ତାରିଖ ପଡିବ ପୌର ନିର୍ବାଚନ ଭୋଟ। ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ପାଇଁ ହେବ ଭୋଟ୍। ଏଥିପାଇଁ ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆଜି ସରୁଛି। ଆସନ୍ତା ୯ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ୨୬ ତାରିଖରେ ଗଣତି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+