For Quick Alerts
Turn On Notification  
For Daily Alerts
Oneindia App Download

ମଣିପୁର ବିଧାନସଭା ନିର୍ବାଚନ: ଦଳୀୟ ନେତାଙ୍କ ସହିତ ''ଏଗ୍ରୀମେଣ୍ଟ ଅଫ କୋପରେସନ'' ସ୍ବାକ୍ଷରିତ କଲା ବିଜେପି

By Staff
|

ଇମ୍ଫାଲ: ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ବିଜେପି ଏବଂ ଅନ୍ଯାନ୍ଯ ରାଜନୈତିକ ଦଳଗୁଡିକ ଦ୍ଵାରା ପ୍ରଚାର ଜୋର ଧରିଛି । ରାଜ୍ୟରେ ବଦଳୁଥିବା ତୀବ୍ର ରାଜନୈତିକ ପାଣିପାଗ ମଧ୍ୟରେ ଦଳ ବଦଳ ଏକ ପ୍ରମୁଖ ସମସ୍ଯା ହୋଇଛି ନେତାଙ୍କୁ ଧରି ରଖିବାରେ । ଏହି ପରିସ୍ଥିତିରେ ବିଜେପି ଆପଣାଇଛି ଏକ ନିଆରା କୌଶଳ । ନିଜ ଦଳର ନେତାଙ୍କ ସହିତ ବିଜେପି ସ୍ବାକ୍ଷରିତ କରିଛି ଏକ ଚୁକ୍ତିନାମା । "ଏଗ୍ରୀମେଣ୍ଟ ଅଫ କୋପେରସନ" ବା ସହଯୋଗର ଚୁକ୍ତିନାମା ଶୀର୍ଷକ ଏହି ପତ୍ରରେ ଦଳୀୟ ନେତାଙ୍କ ଠାରୁ ମତଦାନ ପୂର୍ବରୁ ସମର୍ଥନ ସୁନିଶ୍ଚିତ କରିବାକୁ କୁହାଯାଇଛି ।

BJP Manipur

ମୁଖମନ୍ତ୍ରୀ ଏନ. ବିରେନ ସିଂହଙ୍କ ଉପସ୍ଥିତିରେ ବିଜେପି ପକ୍ଷରୁ ମଣିପୁରର କେସମଥାଙ୍ଗ ଏବଂ ସୁଗନୁ ଭଳି କେତେକ ବିଧାନସଭା ଆସନରେ ସମ୍ଭାବ୍ୟ ପ୍ରାର୍ଥୀ ହେବାକୁ ଥିବା ନେତାଙ୍କ ଠାରୁ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି । ଏହାକୁ 'ସହଯୋଗର ଚୁକ୍ତିନାମା' ବୋଲି ଅବିହିତ କରାଯାଇଥିବା ନେଇ ଦଳର କେତେକ ନେତା ସୂଚନା ଦେଇଛନ୍ତି । ଏହା ଦ୍ଵାରା ସେମାନେ ନିର୍ବାଚନରେ ଭୋଟଗ୍ରହଣ ପୂର୍ବରୁ ଅନ୍ୟ ଦଳ ଆଡକୁ ସମର୍ଥନ କରିବେ ନାହିଁ।

ବିଜେପି ପକ୍ଷରୁ ଚାଲିଛି ସେନସିଟାଇଜେସନ ବୈଠକ:

ରାଜ୍ୟରେ କ୍ଷମତା ହାସଲ ପାଇଁ ବିଜେପି ଛୋଟ ଛୋଟ ସାଙ୍ଗଠନିକ ଗୋଷ୍ଠୀ ଗଠନ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସେନସିଟାଇଜ କରୁଛି । ସେହିପରି ଦଳୀୟ ଅସନ୍ତୋଷ ତଥା ବିଦ୍ଵେଷକୁ ଦୂର କରିବା ପାଇଁ ଦଳ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି ବୋଲି ମଣିପୁର ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି । 2017 ନିର୍ବାଚନରେ ଦଳ 21ଟି ଆସନରେ ବିଜୟୀ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ କଂଗ୍ରେସ ତଥା ଅନ୍ୟ ଦଳର କିଛି ବିଧାୟକ ଦଳ ବଦଳ କରି ବିଜେପିରେ ସାମିଲ ହୋଇଥିଲେ। ପରେ ବିଜେପିର ନିଜସ୍ଵ ସଦସ୍ୟଙ୍କ ସଂଖ୍ୟା 30ରେ ପହଞ୍ଚିଥିଲା।

ମଣିପୁର ନିର୍ବାଚନ ସୂଚନା:

60 ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ଫେବୃଆରୀ 27 ଏବଂ ମାର୍ଚ୍ଚ 3ରେ ଭୋଟ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଭୋଟ ଗଣନା ମାର୍ଚ୍ଚ 10 ତାରିଖରେ ସମ୍ପନ୍ନ ହେବ । ବିଜେପି ଏହି ରାଜ୍ୟରେ ଏବେ ଶାସନରେ ଅଛି ଏବଂ ପୁନର୍ବାର କ୍ଷମତା ହାସଲ ପାଇଁ ରଣନୀତି ତୀବ୍ର କରିଛି। ତେବେ ଦଳ ପକ୍ଷରୁ ଏବେ ସୁଦ୍ଧା ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Manipur Assembly election: BJP signs agreement of cooperation with its leaders
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X