Get Updates
Get notified of breaking news, exclusive insights, and must-see stories!

ବିବାଦ ମଧ୍ୟରେ ମହୁଆଙ୍କୁ ମିଳିଲା ନୂଆ ଦାୟିତ୍ୱ, ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଲେ ଟିଏମସି ସାଂସଦ

Mahua Moitra: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ମହୁଆଙ୍କୁ ପଶ୍ଚିମବଙ୍ଗର କୃଷ୍ଣନଗରର ପ୍ରେସିଡେଣ୍ତ ଭାବେ ନିଯୁକ୍ତି କରିଛନ୍ତି ।

Mahua Moitra

କୃଷ୍ଣନଗର ସିଟରୁ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଏପରି ସମୟରେ ଦାୟିତ୍ୱ ଦିଆଯାଇଛି ଯେତେବେଳେ ତାଙ୍କୁ ନେଇ ଲୋକସଭାରେ ବିବାଦ ଜାରି ରହିଛି । ଲୋକସଭାରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ ବିରୋଧି ଟାର୍ଗେଟ୍ କରିଛନ୍ତି । ଏପରିକି ତାଙ୍କୁ ଲୋକସଭାର ଏଥିକ୍ସ କମିଟି ବହିଷ୍କାର କରିବା ପାଇଁ ସୁପାରିଶ କରିଥିଲା । ଏଥିକ୍ସ କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଦାଖଲ କରିଛି । ଏହା ପରେ ମହୁଆ କହିଥିଲେ ଯେ, ଆଗାମୀ ଲୋକସଭା ନିର୍ବାଚନରେ ସେ ଅଧିକ ସିଟ୍ ଜିତିବେ ।

ଜିଲ୍ଲା ସଭାପତି ହୋଇଥିବାରୁ ମହୁଆ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ସୋସିଆଲ ମିଡିଆ X ରେ ଲେଖିଛନ୍ତି, "ମମତା ବାନାର୍ଜୀ ଏବଂ ଟିଏମସି ମୋତେ କୃଷ୍ଣନଗର ଜିଲ୍ଲାର ସଭାପତି ଭାବରେ ନିଯୁକ୍ତି କରିଥିବାରୁ ଧନ୍ୟବାଦ । ମୁଁ ସବୁବେଳେ କୃଷ୍ଣନଗର ଲୋକଙ୍କ ପାଇଁ ପାର୍ଟି ସହିତ କାମ କରିବି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେବା ସମୟରେ ଟିଏମସି ଏପରି ଘୋଷଣା କରିଛି । ଯାହାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି ।

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସିଧାସଳଖ ମହୁଆଙ୍କୁ ରକ୍ଷା କରିବାକୁ ଏଡ଼ାଇ ଆସୁଛି । ତେବେ ନିକଟରେ ନଭେମ୍ବର 9 ରେ ଅଭିଷେକ ବାନାର୍ଜୀ କହିଥିଲେ ଯେ ମହୁଆ ନିଜକୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ସକ୍ଷମ ଅଟନ୍ତି । ଏଥିକ୍ସ କମିଟିର ନିଷ୍ପତ୍ତି ଉପରେ ପ୍ରଶ୍ନ କରି ସେ କହିଥିଲେ, "ଯଦି ସେମାନଙ୍କର କୌଣସି ପ୍ରମାଣ ନାହିଁ, ତେବେ ସେମାନେ କିପରି ବହିଷ୍କାର ପାଇଁ ସୁପାରିଶ କରିପାରିବେ ? ଏହା ପ୍ରତିଶୋଧ ରାଜନୀତି ଛଡା ଆଉ କିଛି ନୁହେଁ । "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+