ସଂସଦ ଅଧିବେଶନ ବେଳେ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଇଡିର ଜେରା
ବରିଷ୍ଠ କଂଗ୍ରେସ ନେତା ତଥା ଦଳର ରଜ୍ୟସଭା ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖଡଗେଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା କରିଛି ଇଡି। ଖାଡଗେଙ୍କୁ ପ୍ରାୟ 4 ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ।
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଦଳର ରଜ୍ୟସଭା ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖଡଗେଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା କରିଛି ଇଡି। ଖାଡଗେଙ୍କୁ ପ୍ରାୟ 4 ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିବା କଂଗ୍ରେସ ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି ।

ତେବେ ଆଜି ପୂର୍ବାହ୍ନରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ନେଇ ସଧାସଳଖ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେମାନେ ଏମିତି କରି କଂଗ୍ରେସକୁ ଡରାଇ ପାରିବେ ନାହିଁ ବୋଲି ରାହୁଲ କହିଥିଲେ । ଆଜି ଖାଡ୍ଗେଙ୍କୁ ଜେରା ପରେ ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ପାଳି ମଧ୍ୟ ଇଡି ତାଲିକାରେ ଯୋଡି ହୋଇପାରେ ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications